ତମେ ଅଟକାଇଲ ପାଣି, ଆମେ ଅଟକାଇବୁ ଟ୍ରେନ୍ : ଛତିଶଗଡକୁ ଓଡିଶା ସରକାରଙ୍କ ଚ୍ୟାଲେଞ୍ଜ୍

27

କନକ ବ୍ୟୁରୋ : ପୁଣି ଛତିଶଗଡ-ଓଡିଶା ମୁହାଁମୁହିଁ । ତମେ ଯଦି ପାଣି ଅଟକାଇଛ ତେବେ ଆମେ ଟ୍ରେନ୍ ଅଟକାଇବୁ । ଏଭଳି ମର୍ମରେ ଛତିଶଗଡକୁ ଚେତାବନୀ ଦେଇଛି ବିଜେଡି । ଅଗଷ୍ଟ ୩ରେ ଛତିଶଗଡ ଯାଉଥିବା ସମସ୍ତ ମାଲବାହୀ ଟ୍ରେନକୁ ପ୍ରତିକାତ୍ମକ ଆନ୍ଦୋଳନ ଭାବରେ ଅଧଘଂଟା ପାଇଁ ବନ୍ଦ କରିବ ବିଜେଡି । ସେପଟେ କନକ ନ୍ୟୁଜରେ ପ୍ରସାରିତ ମହାନଦୀର ମହାମିଛ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଓଡିଶା ସରକାର । ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢି ଓ ଜଳସମ୍ପଦ ସଚିବ ପ୍ରଦୀପ ଜେନା ଏକ ମିଳିତ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ମହାନଦୀର ଉପର ମୁଣ୍ଡରେ ଛତିଶଗଡ ତିଆରି କରୁଥିବା କେଲୋ ପ୍ରୋଜେକ୍ଟ ବାବଦରେ କୌଣସି ଚିଠି ଓଡିଶା ସରକାର ପାଇନାହାଁନ୍ତି । ତେବେ ଗତ ୩୦ ତାରିଖ ସନ୍ଧ୍ୟାରେ ଛତିଶଗଡ ୨୦୦୮ରେ ଓଡିଶାକୁ ଦେଇଥିବା ଚିଠି କନକ ନ୍ୟୁଜରେ ପ୍ରସାରିତ ହୋଇଥିଲା । ପ୍ରଶ୍ନ ଉଠୁଛି କିଏ ସତ କହୁଛି ଓ କିଏ ମିଛ କହୁଛି।