ବୈଜୟନ୍ତଙ୍କୁ ବିଜେଡିର ଆହ୍ୱାନ : କହିଲା, ସୋସିଆଲ ମିଡିଆ ଛାଡ଼ି ସାମ୍ନାକୁ ଆସନ୍ତୁ ସାଂସଦ

30

କନକ ବ୍ୟୁରୋ :  ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଉପରେ ସୋସିଆଲ ମିଡିିଆରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଘନ ଘନ ଆକ୍ରମଣ ପରେ ରଣନୀତି ବଦଳାଇଛି ବିଜେଡି । ତୃତୀୟ ମହଲା ଉପରେ ବୈଜୟନ୍ତଙ୍କ ଟାର୍ଗେଟ ପରେ, ଏ ନେଇ ପ୍ରତିକ୍ରିୟା ରଖିଥିଲେ ନବୀନ । ନବୀନଙ୍କ ପ୍ରତିକ୍ରିୟା ପରେ ତୃତୀୟ ମହଲାର ଅଧିକାରୀଙ୍କ ବିରୋଧରେ ପୁଣି ଥରେ ବର୍ଷିଛନ୍ତି ବୈଜୟନ୍ତ । ତେବେ ବିଜେଡି କହିଛି ଏବେ ସୋସିଆଲ୍ ମିଡିଆର ଜବାବ ଦିଆଯିବ ସୋସିଆଲ ମିଡିଆରେ । ବାଇଟ୍ ଦେଲେ ଜବାବ ମିଳିବ ବାଇଟରେ ।

ସେପଟେ ରାଜ୍ୟ ସରକାରଙ୍କୁ ଆଜି ପୁଣି ଥରେ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, ରାଜ୍ୟରେ ଅପାରଗ ଓ ସ୍ଥାଣୁ ସରକାର ଚାଲିଛି । ବିଜେଡିରେ ଅନ୍ତଃକନ୍ଦଳ ଦେଖାଦେଲାଣି । ଲୋକେ ପରବର୍ତନ ଚାହୁଁଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହାର ଜବାବ ରଖିଛି ବିଜେଡି । ବିଜେଡି-ବିଜେପି ଓ ବୈଜୟନ୍ତଙ୍କୁ ନେଇ ଦିନକୁ ଦିନ ରୋଚକ ହେବାରେ ଲାଗିଛି ରାଜ୍ୟ ରାଜନୀତି ।