କେନ୍ଦ୍ର ସରକାରଙ୍କ ଯୁବ ବିରୋଧି ନିଷ୍ପତିକୁ ବିରୋଧ ! ୩ଦିନ ଧରି ଆନ୍ଦୋଳନ ଡାକରା ଦେଲା ବିଜେଡି ।

କେନ୍ଦ୍ର ସରକାରଙ୍କ ଯୁବ ବିରୋଧୀ ନିଷ୍ପତି ବିରୁଦ୍ଧରେ ଆନ୍ଦୋଳନ ଡାକରା ଦେଇଛି ବିଜେଡି ।

125

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ଯୁବ ବିରୋଧୀ ନିଷ୍ପତି ବିରୁଦ୍ଧରେ ଆନ୍ଦୋଳନ ଡାକରା ଦେଇଛି ବିଜେଡି । ଆସନ୍ତା ୫ ତାରିଖ ଠାରୁ ତିନିଦିନ ଧରି ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳ ଭାରତ ସରକାରଙ୍କ ତରଫରୁ ସମସ୍ତ ରାଷ୍ଟ୍ରାୟତ ଉଦ୍ୟୋଗର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରିବେ ।

ବିଭନ୍ନ ପ୍ରସଙ୍ଗ ନେଇ କେନ୍ଦ୍ର ସରକାରଙ୍କୁ ଘେରିବ ବିଜେଡି । ଓଡିଶା ପ୍ରତିବର୍ଷ ବିଭିନ୍ନ ପ୍ରକୃତିକ ବିପର୍ଯ୍ୟୟର ସମ୍ନା କରୁଛି । ଯାହା ଫଳରେ ଓଡିଶାର ଆର୍ଥିକ ଅବସ୍ଥା ଉପରେ ବେଶ ପ୍ରଭାବ ପଡୁଛି । ଓଡିଶା ମାଟି ତଳେ ଯେଉଁ ପ୍ରକୃତିକ ସମ୍ପତି ରହିଛି ସେଗୁଡିକୁ ବିନିଯୋଗ କରି ଭାରତ ବର୍ଷରେ ଓଡିଶାକୁ କିପରି ଏକ ସମୃଦ୍ଧିଶାଳୀ ରାଜ୍ୟରେ ପରିଣତ କରାଯିବ ସେନେଇ ବିଜେଡି ଏହି ଆନ୍ଦୋଳନକୁ ଓଲ୍ହାଇବ ବୋଲି ଜଣାପଡିଛି । କେବଳ ସେତିକି ନୁହେଁ ଯେତେବେଳେ କେନ୍ଦ୍ର ସରକାର ୪ଟି ଇଣ୍ଡଷ୍ଟ୍ରିଆଲ କରିଡର କରିବା ପାଇଁ ଘୋଷଣା କଲେ ସେତେବେଳେ ଲୋକମାନଙ୍କ ଆଶା ଦୁଇଗୁଣିତ ହୋଇଯାଇଥିଲା । ଭାରତ ସରକାର ଯେତେବେଳେ ତାଙ୍କର ଶିଳ୍ପ ମାନଚିତ୍ର ପ୍ରସ୍ତୁତ କଲେ ସେତେବେଳେ ରାଜ୍ୟବାସୀମାନେ ନିଜ ମନରେ ଏକ ଆଶା ବାନ୍ଧିଥିଲେ କି, ୪୮୦ କିଲୋମିଟର ବେଳାଭୂମି, ପ୍ରଚୁର ମାନବ ସମ୍ବଳ, ପ୍ରଚୁର ଖଣିଜ ସମ୍ପଦ ଭରା ଆମ ରାଜ୍ୟ ନିଶ୍ଚୟ କେନ୍ଦ୍ର ସରକାରଙ୍କ ଏହି ଇଣ୍ଡଷ୍ଟ୍ରିଆଲ କରିଡରରେ ସାମିଲ ହେବ । କିନ୍ତୁ ଦୁର୍ଭାଗ୍ୟର କଥା, କେନ୍ଦ୍ର ସରକାର ଓଡିଶାକୁ ସେଥିରେ ସାମିଲ କଲେ ନାହିଁ ।

ତେବେ ଏହି ଭଳି ଭିନ୍ନ ଭିନ୍ନ ପ୍ରସଙ୍ଗକୁ ନେଇ ଆସନ୍ତା ୫,୬ ଏବଂ ୮ ତାରିଖରେ ବିଜୁ ଯୁବ ଜନାତା ଦଳ ଓ ବିଜୁ ଛାତ୍ର ଜନତା ଦଳ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଆଜି ଅନୁଷ୍ଠିତ ହୋଇଥିବା ଏକ ପ୍ରେସମିଟରେ ସୂଚନା ଦେଇଛନ୍ତି ବିଜେଡି ବିଧାୟକ ସଂଜୟ ଦାସବର୍ମା ।