ପୁଣି କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇଲା ବିଜେଡି

15

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିଜେଡି ପୁଣି ଉଠାଇଛି କେନ୍ଦ୍ରୀୟ ଅବହେଳାର ପ୍ରସଙ୍ଗ । ପୂର୍ବରୁ ହାତରେ ମାରୁଥିଲେ ଏବେ କେନ୍ଦ୍ର ଭାତରେ ମାରୁଥିବା ଦଳ ଅଭିଯୋଗ କରିଛିି । ଏହି ଅନ୍ୟାୟ ବିରୋଧରେ ବିଜେଡି ଲଢେଇ ଆରମ୍ଭ କରିବ ବୋଲି ଚେତାଇ ଦେଇଛି ଦଳ । ଏନେଇ ସବୁ ଜିଲ୍ଲାର ସଦର ମହକୁମାରେ ଧାରଣା ଦିଆଯିବା ସହ ରାଷ୍ଟ୍ରପ୍ରତିଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯିବ । ଭୁବନେଶ୍ୱର ଏବଂ ରାଉରକେଲାରେ ଅତିରିକ୍ତ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଦାବିପତ୍ର ଦିଆଯିବ । ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ଏହି ସୂଚନା ଦିଆଯାଇଛି । ଏହି ପ୍ରେସମିଟରେ ସାମିଲ ହୋଇଥିଲେ  ଦଳର ଉପ ସଭାପତି ସୂର୍ଯ୍ୟନାରାୟଣ ପାତ୍ର, ମୁଖପାତ୍ର ପ୍ରତାପ କେଶରୀ ଦେବ, ପ୍ରତାପ ଜେନା ଏବଂ କୃଷକ ସାମୁଖ୍ୟର ଆବାହକ ସୁଶାନ୍ତ ସିଂ ।