ବଦଳିଲେ ବିଜେଡି ଛାତ୍ର ଓ ଯୁବ ସଭାପତି ! ସାମ୍ବାଦିକ ସମ୍ମିଳନୀରେ ସୂର୍ଯ୍ୟ ପାତ୍ରଙ୍କ ସୂଚନା

25

କନକ ବ୍ୟୁରୋ : ବଦଳିଲେ ବିଜେଡିର ଯୁବ ଓ ଛାତ୍ର ସଭାପତି । ଛାତ୍ର ବିଜେଡିର ମଙ୍ଗୁଆଳ ରାଣା ପ୍ରତାପ ପାତ୍ର ହୋଇଥିବାବେଳେ ଯୁବ ସଂଗଠନ ସମ୍ଭାଳିବେ ଅମରେଶ ପତ୍ରୀ । ୭ ବର୍ଷ ଧରି ବିଜୁ ଯୁବ ଜନତା ଦଳକୁ ନେତୃତ୍ୱ ନେଇଥିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ ସଂଜୟ ଦାସବର୍ମା । ସେହିପରି ୨୦୧୨ ମସିହାରୁ ଛାତ୍ର ସଂଗଠନ ସମ୍ଭାଳୁଥିଲେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ।

ରାଣାପ୍ରତାପ ୨୦୦୫ ବିଜେବି କଲେଜ ଛାତ୍ର ସଂସଦ ସଭାପତି ଥିବାବେଳେ ୨୦୦୧ ମସିହାରେ ଅମରେଶ ପତ୍ରୀ ମହର୍ଷି କଲେଜ ଛାତ୍ର ସଂସଦ ସଭାପତି ଥିଲେ । ୩୭ ବର୍ଷିୟ ଅମରେଶ ଭୁବନେଶ୍ୱର ଛାତ୍ର ବିଜେଡି ସଭାପତି, ରାଜ୍ୟ ଛାତ୍ର ବିଜେଡିର ସଂପାଦକ, ସାଧାରଣ ସଂପାଦକ ଓ ଉପ-ସଭାପତିି ଦାୟିତ୍ୱ ତୁଳାଇଥିଲେ । ସେହିପରି ୩୨ ବର୍ଷିୟ ରାଣା ମଧ୍ୟ ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ଦାୟିତ୍ୱରେ ଥିଲେ । ନୂତନ ନିଯୁକ୍ତି ପାଇବା ପରେ ରାଜ୍ୟର ଛାତ୍ର ଓ ଯୁବକମାନଙ୍କୁ ଏକ ସ୍ରୋତରେ ସାମିଲ କରିବେ ବୋଲି ଉଭୟ ନେତା କହିଛନ୍ତି ।