ସାଂଘାତିକ ହୋଇଛି ମହାନଦୀର ଅବସ୍ଥା । ୪୦ ପ୍ରତିଶତ କମିଯାଇଛି ମହାନଦୀରେ ଜଳ ପ୍ରବାହ । ରଣନୀତି ସ୍ଥିର ପାଇଁ ବିଜେଡି ଡାକିଲା ମହାସମ୍ମିଳନୀ

34

କନକ ବ୍ୟୁରୋ: ସାଂଘାତିକ ହୋଇଯାଇଛି ମହାନଦୀର ଅବସ୍ଥା । ଆଜି ଏକ ସାମ୍ବାଦିକ ସମ୍ମିଳନୀ ଡାକି ବିଜେଡି କହିଛି, ମହାନଦୀ ଶୁଖି ଶୁଖି ଯାଉଛି । ଏପରିକି ଜଳ ପ୍ରବାହ ସାଂଘାତିକ ଭାବରେ ପ୍ରଭାବିତ ହୋଇଛି । ବିଦ୍ୟୁତ ଉତ୍ପାଦନ ମଧ୍ୟ କମି କମି ଯାଉଛି । ଛତିଶଗଡ ଓ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି ଦଳ କହିଛି, ଆସନ୍ତା ୧୫ ତାରିଖରେ ମହାନଦୀ ଦ୍ୱାରା ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ମନ୍ତ୍ରୀ, ବିଧାୟକ ଓ ଅନ୍ୟ ଦଳୀୟ କର୍ମୀଙ୍କୁ ନେଇ ମହାସମ୍ମୀଳନୀ କରାଯିବ । ଏବଂ ଏଥିରେ ଲଢେଇ ପାଇଁ ରଣନୀତି ପ୍ରସ୍ତୁତ କରାଯିବ ।

ମହାନଦୀକୁ ନେଇ ଆସିଛି ସାଂଘାତିକ ଅବସ୍ଥା । ବିଜେଡି ତରଫରୁ ଯେଉଁ ତଥ୍ୟ ଦିଆଯାଇଛି ତାହା ଯଦି ସତ୍ୟ ହୁଏ ତେବେ ଏବେ ଚିନ୍ତା କରିବାର ସମୟ ପହଂଚି ଯାଇଛି କହିଲେ କିଛି ଭୁଲ ହେବ ନାହିଁ । ଦଳ ତଥ୍ୟ ଦେଇଛି କି,

• ଅଣମୌସୁମୀ ସମୟରେ ମହାନଦୀରେ ଜଳ ପ୍ରବାହ ୪୦ ପ୍ରତିଶତ କମି ଯାଇଛି ।

• ଜଳ ପ୍ରବାହ କମିଯିବାରୁ ହୀରାକୁଦରୁ ଜଳ ଉତ୍ପାଦନ ମଧ୍ୟ ୨୦ ପ୍ରତିଶତ କମି ଯାଇଛି ।

• ମହାନଦୀ ପ୍ରବାହିତ ହେବା କାରଣରୁ ଜଳ ସେଚନ ମଧ୍ୟ ୩୧ .୬ ପ୍ରତିଶତ କମି ଯାଇଛି ।

ବିଜେଡି ଆହୁରୀ ମଧ୍ୟ କହିିଛି କି, କଟା ଘା’ରେ ଚୁନ ଦେଇଛି ଛତିଶଗଡ । ମହାନଦୀର ଶାଖା ନଦୀ ଇବ୍ ନଦୀରେ ପୁଣି ଏକ ବନ୍ଧ ଛତିଶଗଡ ନିର୍ମାଣ କରୁଛି ବୋଲି ବିଜେଡି ସୂଚନା ଦେଇଛି । ସେପଟେ ବିଭିନ୍ନ ପ୍ରସଙ୍ଗରୁ ବର୍ତ୍ତିବା ପାଇଁ ବିଜେଡି ଆଳ ଖୋଜୁଛି ବୋଲି ବିଜେପି କହିଛି ।