ମୋଦି ଆସିବା ଆଗରୁ ଜୋର ଧରୁଛି ରାଜନୀତି : କିରୋସିନି କୋଟା କମିବା ନେଇ ତିନିଦିନିଆ ଆନ୍ଦୋଳନ କରିବ ବିଜେଡି

23

କନକ ବ୍ୟୁରୋ : ପୁଣି କିରୋସିନ ରାଜନୀତିରେ ନିଆଁ ଢ଼ାଳିଲା ବିଜେଡି । କିରୋସିନ ଯୋଗାଇବାରେ ଓଡ଼ିଶାକୁ ଅବହେଳା କରୁଥିବା ଅଭିଯୋଗ କରିଛି ଦଳ । ଏହାର ପ୍ରତିବାଦରେ ଆସନ୍ତା ୧୦ ତାରିଖ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବାକୁ ନିଷ୍ପତି ନେଇଛି ବିଜେଡି ।

ଏହାବ୍ୟତୀତ ରାଜ୍ୟକୁ ମିଳୁଥିବା କିରୋସିନର ପରିମାଣ ବୃଦ୍ଧି କରିବା ସହ ଛାତ୍ରାବାସ, ଥାନା, ଡାକ୍ତରଖାନା, ଜେଲକୁ ମିଳୁଥିବା କିରୋସିନର ପରିମାଣ ବୃଦ୍ଧି କରିବା ପାଇଁ ମଧ୍ୟ ଦାବି କରିଛି । କେନ୍ଦ୍ର ସରକାରଙ୍କ ଏହି ଅଣଦେଖା ନୀତି ଯୋଗୁଁ ସାଧାରଣ ଉପଭୋକ୍ତା ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି ।