ନବୀନଙ୍କୁ ଚାଷୀ ଚିନ୍ତା ! କୃଷକଙ୍କ ସମସ୍ୟାର ସମାଧାନ ପାଇଁ ପ୍ରସନ୍ନ ଓ ପ୍ରତାପଙ୍କୁ ନୂଆ ଦାୟିତ୍ୱ ।

୫ ରାଜ୍ୟର ନିର୍ବାଚନ ପରବର୍ତ୍ତୀ ସମୟରେ ବିଜେଡିର କୃଷକ ସଂଗଠନରେ ଏହି ପରିବର୍ତ୍ତନ ଏକ ବଡ଼ ରାଜନୀତିକ ଗୋଟିଚାଳନା ବୋଲି ଚର୍ଚ୍ଚା ହେଉଛି ।

322

କନକ ବ୍ୟୁରୋ: ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କୁ ନୂଆ ଦାୟିତ୍ୱ । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶାନୁସାରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିଜୁ କୃଷକ ଜନତା ଦଳର ନୂତନ ସଭାପତି ଭାବେ ନିଯୁକ୍ତ କରାଯାଇଛି । ତାଙ୍କ ସହ ସ୍ଵାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କୁ ମହାସଚିବ ଭାବେ କୃଷକ ସଂଗଠନର ଦାୟିତ୍ଵ ଦିଆଯାଇଛି। ବିଜୁ ଜନତା ଦଳ ପକ୍ଷରୁ ପ୍ରକାଶିତ ଏକ ପ୍ରେସ୍ ବିଜ୍ଞପ୍ତିରେ ଏନେଇ ସୂଚନା ଦିଆଯାଇଛି । ମୁଖ୍ୟମନ୍ତ୍ରୀ ତଥା ବିଜେଡିର ସଭାପତି ନବୀନ ପଟ୍ଟନାୟକ ତାଙ୍କର ସମସ୍ତ ପୂର୍ବ ନିର୍ଦେଶକୁ ରଦ୍ଦ କରି ଏହି ନୂତନ ନିଷ୍ପତ୍ତି ଲାଗୁ ପାଇଁ ଆଦେଶ ଦେଇଛନ୍ତି। ପୂର୍ବରୁ ବିଜୁ କୃଷକ ଜନତା ଦଳର ସଭାପତି ଭାବେ ଦାୟିତ୍ୱ ତୁଲାଉଥିଲେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ।

loan tension of farmer୨୦୧୯ ନିର୍ବାଚନୀ ପାଇଁ ବିଜେଡ଼ି ପ୍ରସ୍ତୁତ କରିଛି ସ୍ୱତନ୍ତ୍ର ରଣନୀତି । କାରଣ ୫ ରାଜ୍ୟର ନିର୍ବାଚନ ପରବର୍ତ୍ତୀ ସମୟରେ ବିଜେଡିର କୃଷକ ସଂଗଠନରେ ଏହି ପରିବର୍ତ୍ତନ ଏକ ବଡ଼ ରାଜନୀତିକ ଗୋଟିଚାଳନା ବୋଲି ଚର୍ଚ୍ଚା ହେଉଛି । କାରଣ ରାଜସ୍ଥାନ, ଛତିଶଗଡ଼ ଓ ମଧ୍ୟ ପ୍ରଦେଶରେ ବିଜେପି ହାତରୁ କ୍ଷମତା ଚାଲିଯିବା ପଛରେ କୃଷକ ଅଶାନ୍ତି ହିଁ ମୁଖ୍ୟ କାରଣ ବୋଲି ଆଲୋଚନା ହେଉଥିବା ସମୟରେ ବିଜେଡ଼ିର ୧୮ ବର୍ଷର ଶାସନ ରାସ୍ତାରେ ଯେମିତି କୃଷକ ସମସ୍ୟା ବାଧା ନଉପୁଯାଏ ସେନେଇ ଏଭଳି କାର୍ଡ ଖେଳିଛନ୍ତି ବିଜେଡ଼ି ସୁପ୍ରିମୋ ବୋଲି ରାଜନୀତି ମହଲରେ ଚର୍ଚ୍ଚା ହେଉଛି ।

prasanna-Acharyaତେବେ ବିଜୁ ଜନତା ଦଳର ଏହି ଦୁଇ ନେତା ଏଣିକି ଚାଷ ଓ ଚାଷୀ ସଂଗଠନ ଗୁଡ଼ିକ ବାବଦରେ ଆଲୋଚନା କରି ସଭାପତିଙ୍କୁ ଆଗାମୀ ପଦକ୍ଷେପ ନେଇ ସବିଶେଷ ତଥ୍ୟ ପ୍ରଦାନ କରିବେ  । ଅନ୍ୟପଟେ ରାଜ୍ୟରେ ଚାଷୀ ଆନ୍ଦୋଳନ ଜେତିବାରେ ଲାଗିଛି । ଏବଂ କିଛିଦିନ ତଳେ ଚାଷୀଙ୍କ ଆନ୍ଦୋଳନକୁ ନେଇ ରାଜ୍ୟ ସରକାରଙ୍କ ମଧ୍ୟରେ ଛକା ପଞ୍ଝା ଲାଗି ରହିଥିଲା । ଏବେ ବିଜେଡ଼ିର ଏହି ଦୁଇ ହେଭିୱେଟ ନେତା ଚାଷ ଏବଂ ଚାଷୀ ସଂଗଠନ ସମସ୍ୟା କିଭଳି ସମାଧାନ କରିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

Comments are closed.