ପଂଚାୟତ ନିର୍ବାଚନ ପାଇଁ ବିଜେଡିର ପ୍ରସ୍ତୁତି ବୈଠକ : ସାମିଲ ହେବେ ସବୁସ୍ତରର ନେତା

31

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପଂଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ବିଜୁ ଜନତା ଦଳ । ଆସନ୍ତା ୨ ତାରିଖରୁ ନଭେମ୍ବର ୨ ତାରିଖ ଯାଏଁ ମାସେ କାଳ ଚାଲିବାକୁଥିବା ବିଜେଡିର ଜନ ସଂପର୍କ ଯାତ୍ରା ନେଇ ଆଜି ବସୁଛି ପ୍ରାକ୍ ପ୍ରସ୍ତୁତି ବୈଠକ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସୁଥିବା ଏହି ବୈଠକରେ ଦଳର ରାଜ୍ୟ କର୍ମକର୍ତା, ଜିଲ୍ଲା ପର୍ଯ୍ୟବେକ୍ଷକ, ସାଂସଦ, ବିଧାୟକ, ଜିଲ୍ଲା ସଭାପତି ଏବଂ ନିର୍ବାଚନ ମଣ୍ଡଳୀ ସ୍ତରୀୟ ପର୍ଯ୍ୟବେକ୍ଷକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ୨ ତାରିଖ ଅର୍ଥାତ୍ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବ ଏହି ଜନ ସଂପର୍କ ଯାତ୍ରା ।