ମହାନଦୀର ମହାପଲିଟିକ୍ସ ! ପଂଚାୟତ ପାଇଁ ବିଜେଡିର ସଂଜିବନୀ ମହାନଦୀ

60

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଓଡିଶା-ଛତିଶଗଡ ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ବିଜେଡିର ଆଭିମୁଖ୍ୟ । ମହାନଦୀ ବିବାଦ ନେଇ ଆଇନର ଆଶ୍ରୟ ନେବାକୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ । ନଭେମ୍ବର ୭ରୁ ପ୍ରଭାବିତ ୮୭ ଲକ୍ଷ ପରିବାରର ଦସ୍ତଖତ ସଂଗ୍ରହ ଅଭିଯାନ ଆରମ୍ଭ ହେବ । ଦସ୍ତଖତ ସଂଗ୍ରହ ପରେ ରାଷ୍ଟ୍ରପତିଙ୍କୁ ପଠାଯିବ । ଏହା ସହ ହୀରାକୁଦରୁ ପାରାଦୀପ ଯାଏ ମହାନଦୀ କୂଳ ଅଂଚଳରେ ମାନବ-ଶୃଙ୍ଖଳ କରାଯିବ ।

ଛତିଶଗଡର ମନମୁଖୀ କାର୍ଯ୍ୟକଳାପରେ କେନ୍ଦ୍ର ସହଯୋଗୀ କରୁଥିବା ବିଜେଡି ଅଭିଯୋଗ ହୋଇଛି । କାମ ବନ୍ଦ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଚିଠି ଲେଖିଥିଲେ । ଚିଠି ଉପରେ କିଛି ପ୍ରତିକାର ହୋଇନି କି ଉତର ମିଳିନି । ମହାନଦୀ ନେଇ ସଂଗ୍ରାମ ଜାରି ରହିବ ବୋଲି ବିଜେଡି ପକ୍ଷରୁ ପ୍ରେସମିଟରେ କୁହାଯାଇଛି । ସେପଟେ ବିଜେଡିର ଆଭିମୁଖ୍ୟକୁ ସମାଲୋଚନା କରିଛି ବିଜେପି । ନାଟକବାଜି କରିବା ଅପେକ୍ଷା ରାଜ୍ୟର ସ୍ୱାର୍ଥ ସୁରକ୍ଷା ଦିଗରେ କାମ କରନ୍ତୁ ବୋଲି ଦଳ କହିଛି ।