ଏକାଦଶାହରେ ପହଞ୍ଚିଲେ ବିଜେଡ଼ି ନେତା ! ବୈଜୟନ୍ତଙ୍କ ବାପା ବଂଶୀଧର ପଣ୍ଡାଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି ଦେଲେ ବିଜେଡ଼ିର ୩ ନେତା, ଧର୍ମେନ୍ଦ୍ର ଲଗାଇଲେ ରାଜନୀତିର ରଙ୍ଗ

78

କନକ ବ୍ୟୁରୋ : ସାଂସଦ ବୈଜୟନ୍ତ ପଣ୍ଡା ବିଜେଡି ସହ ସଂପର୍କ ଛିନ୍ନ କରିବା ସମୟରେ ଯେଉଁ ୩ ପୃଷ୍ଠାର ଚିଠି ଲେଖିଥିଲେ, ସେଥିରେ ବାପା ବଂଶୀଧର ପଣ୍ଡାଙ୍କ ଅନ୍ତିମ ଦର୍ଶନରେ କେହି ବିଜେଡି ନେତା ନଆସିବା ତାଙ୍କୁ ବ୍ୟଥିତ କରିଥିବା ଲେଖିଥିଲେ । ଯାହାକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା । ଆଉ ଏସବୁ ଭିତରେ ଶିଳ୍ପପତି ବଂଶୀଧର ପଣ୍ଡାଙ୍କ ଏକାଦଶାହରେ ଯୋଗ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି ବିଜେଡି ନେତା । ଦଳର ୩ଜଣ ନେତା ଏକାଦଶାହରେ ସାମିଲ ହୋଇଛନ୍ତି । କିନ୍ତୁ ଏହି ପ୍ରସଙ୍ଗ ବି ରାଜନିତିର ରଙ୍ଗ ଲଗାଇବାକୁ ପଛାଇ ନାହାଁନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ବିଶିଷ୍ଟ ଶିଳ୍ପପତି ତଥା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବାପା ବଂଶୀଧର ପଣ୍ଡାଙ୍କ ଅନ୍ତିମ ଯାତ୍ରାରେ ବିଜେଡି ସୁପ୍ରିମୋ କିମ୍ବା ଦଳର କେହି ନେତା ସାମିଲ ନହେବାକୁ ନେଇ ବିବାଦ ଭିତରେ ଏକାଦଶାହରେ ଯୋଗ ଦେଲେ ବିଜେଡିର ୩ ବରିଷ୍ଠ ନେତା । ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଓ ବିଧାୟକ ଦେବାଶିଷ ସାମନ୍ତରାୟ ଏକାଦଶାହରେ ଯୋଗ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି ।
କିନ୍ତୁ ଏହି ପ୍ରସଙ୍ଗରେ ରାଜନୀତିର ରଙ୍ଗ ଲଗାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ନିଜ ଫେସବୁକ୍ ପୋଷ୍ଟରେ ଲେଖିଛନ୍ତି- ମୁଖ୍ୟମନ୍ତ୍ରୀ କାହାକୁ ଶ୍ରଦ୍ଧାସୁମନ ଦେବେ, ନଦେବେ ତାହା ତାଙ୍କ ବ୍ୟକ୍ତିଗତ ନିର୍ଣ୍ଣୟ । ମାତ୍ର ଏମିତି କିଛି ବିଷୟ ଅଛି ଯାହାକୁ କେବଳ ରାଜନୈତିକ ମାପକାଠିରେ ତଉଲିବା ଠିକ୍ ନୁହେଁ । ଅନ୍ତିମ ଦର୍ଶନ କିମ୍ବା ଏକାଦଶାହରେ ମୁଖ୍ୟମନ୍ତ୍ରୀ ନଯିବାକୁ କେନ୍ଦ୍ର କରି ଏଭଳି ଏକ ପୋଷ୍ଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ବିଜେଡି ସହ ବୈଜୟନ୍ତ ସଂପର୍କ ଛିନ୍ନ କରି ଦଳରୁ ଇସ୍ତଫା ଦେବା ସମୟରେ ଯେଉଁ ୩ ପୃଷ୍ଟ ସମ୍ବଳିତ ଚିଠି ଲେଖିଥିଲେ, ସେଥିରେ ବାପା ବଂଶୀଧର ପଣ୍ଡାଙ୍କ ଅନ୍ତିମ ଦର୍ଶନ ପାଇଁ ବିଜେଡିରୁ କେହି ନଆସିବା ତାଙ୍କୁ ବ୍ୟଥିତ କରିବା ଲେଖିଥିଲେ । ଯାହାକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା । ତେବେ ଅନ୍ତିମ ଦର୍ଶନରେ କୌଣସି ନେତା ସାମିଲ ହୋଇନଥିବା ବେଳେ ଏକାଦଶରେ ଯୋଗ ଦେଇଛନ୍ତି ବିଜେଡି ନେତା ।ଶୁକ୍ରବାର ବୈଜୟନ୍ତ ପଣ୍ଡାଙ୍କ ବାପାଙ୍କ ଏକାଦଶାହରେ ବିଜେଡିର ୩ ଜଣ ନେତାଙ୍କ ସମେତ ବିଜେପି ଏବଂ କଂଗ୍ରେସର ବହୁ ତୁଙ୍ଗ ନେତା ମଧ୍ୟ ଯୋଗ ଦେଇ ଶ୍ରଦ୍ଧାସୁପନ ଜ୍ଞାପନ କରିଥିଲେ ।