ବିଜେଡିର ନିର୍ବାଚନ ପାଣ୍ଠି ସଂଗ୍ରହରେ ଅନିୟମିତତା ଅଭିଯୋଗ ପ୍ରସଙ୍ଗ ! ନିର୍ବାଚନ କମିଶନଙ୍କୁ ହାଇକୋର୍ଟଙ୍କ ନୋଟିସ୍

28

କନକ ବ୍ୟୁରୋ : ବିଜେଡିର ନିର୍ବାଚନ ପାଣ୍ଠି ସଂଗ୍ରହରେ ଅନିୟମିତତା ନେଇ ଭାରତୀୟ ନିର୍ବାଚନ କମିଶନଙ୍କୁ ଓଡିଶା ହାଇକୋର୍ଟଙ୍କ ନୋଟିସ । ସୁବାସ ମହାପାତ୍ର ନାମକ ଜଣେ ବ୍ୟକ୍ତିଙ୍କ ଆବେଦନର ଶୁଣାଣି କରି ଏହି ନୋଟିସ କରିଛନ୍ତି ହାଇକୋର୍ଟ । ଗତ ୧୮ ତାରିଖରେ ଆସିଥିବା ହାଇକୋର୍ଟଙ୍କ ନୋଟିସ ଆଧାରରେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ।

ତେବେ ଏହି ମାମଲାରେ ପ୍ରତିକ୍ରିୟା ରଖିଛି ବିଜେଡି । ଦଳୀୟ ମୁଖପାତ୍ର ପ୍ରତାପ ଦେବ କହିଛନ୍ତି ଯେ, ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪ ନମ୍ବର ପାର୍ଟି ରହିଥିଲେ ମଧ୍ୟ ହାଇକୋର୍ଟଙ୍କ ପକ୍ଷରୁ କୌଣସି ନୋଟିସ ଆସିନାହିଁ । ଏପରିକି ଟାଇମ୍ସ ନାଓରେ ପ୍ରସାରଣ ହେଉଥିବା ଖବର ପୂର୍ବରୁ ଆଲୋଚନା ହୋଇସାରିଛି ଓ ଏଥିରେ କୌଣସି ନୂତନତ୍ୱ ନାହିଁ ବୋଲି ସେ କହିଛନ୍ତି । ବିଜୁ ଜନତା ଦଳ କୌଣସି କଥା ଲୁଚାଇବାକୁ ଚାହୁଁ ନାହିଁ । ବିଜେଡିର ମନ୍ଦ ଉଦ୍ଦେଶ୍ୟ ଥିଲେ ବ୍ୟାଙ୍କ ମାଧ୍ୟମରେ ସବୁ କାରବାର ହୋଇନଥାନ୍ତା ବୋଲି ସେ ମତ ରଖିଛନ୍ତି ।