ଆଜି ବସିବ ବିଜେଡି ସଂସଦୀୟ ଦଳ ବୈଠକ । ନବୀନ ନିବାସରେ ଏକାଠି ହେବେ ଦଳର ସମସ୍ତ ସାଂସଦ, ବଜେଟ୍ ଅଧିବେଶନ ପାଇଁ ସୁପ୍ରିମୋ କହିବେ ରଣନୀତି ।

270

କନକ ବ୍ୟୁରୋ : ଜାନୁଆରୀ ୩୧ ତାରିଖରୁ ଆରମ୍ଭ ହେଉଛି ସଂସଦର ବଜେଟ୍ ଅଧିବେଶନ । ଏହାପୂର୍ବରୁ ରଣନୀତି ନିର୍ଦ୍ଧାରଣ ଲାଗି ଆଜି ବସୁଛି ବିଜେଡିର ସଂସଦୀୟ ଦଳ ବୈଠକ । ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ ।

ଲୋକସଭା ଓ ରାଜ୍ୟସଭାରେ ଥିବା ଦଳର ସମସ୍ତ ସାଂସଦ ଏହି ବୈଠକରେ ଯୋଗ ଦେବେ । ସଂସଦର ବଜେଟ୍ ଅଧିବେଶନରେ ବିଜେଡିର ଆଭିମୁଖ୍ୟ କଣ ରହିବ ସେନେଇ ଆଲୋଚନା ହେବ । ଦଳୀୟ ସାଂସଦଙ୍କୁ ନେଇ ରଣନୀତି ତିଆରି କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।