ବିଜେଡିର ପଂଚାୟତ ନିର୍ବାଚନ ପ୍ରସ୍ତୁତି : ସାଂଗଠନିକ କାର୍ଯ୍ୟ ପାଇଁ ସୁପ୍ରିମୋ ଗଢିଲେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ

27

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିଜେଡିର ପଂଚାୟତ ପ୍ଲାନ୍ । ସାଂଗଠନିକ କାର୍ଯ୍ୟ ପାଇଁ ଦଳର ସୁପ୍ରିମୋ ଗଢିଲେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ । ବରିଷ୍ଠ ନେତା ଦାମ ରାଉତ, ବେଦପ୍ରକାଶ ଅଗ୍ରୱାଲ, ପ୍ରସନ୍ନ ପାଟଶାଣୀ ଓ ସରୋଜିନୀ ହେମ୍ବ୍ରମଙ୍କୁ ରାଜ୍ୟସ୍ତରୀୟ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି । ଏଥିସହ ୧୩ ଅଭିଭକ୍ତ ଜିଲ୍ଲାପାଇଁ ମଧ୍ୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି । ରାଜ୍ୟସ୍ତରୀୟ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ନିଯୁକ୍ତ ପରେ ପ୍ରତିକ୍ରିୟା ରଖିଛନ୍ତି ଦାମ ରାଉତ । କହିଛନ୍ତି, ବିଜେପି ଓ କଂଗ୍ରେସର ଯେପରି ପ୍ରଭାରୀ ଅଛନ୍ତି , ଆମର ସେଭଳି ପର୍ଯ୍ୟବେକ୍ଷକ ଅଛନ୍ତି । ପୂର୍ବରୁ ମୁଁ ଅନୁଗୁଳ ଓ ଢେଙ୍କାନାଳର ପର୍ଯ୍ୟବେକ୍ଷକ ଥିଲି । ପଂଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି କିଭଳି ଦଳର ସଂଗଠନକୁ ସୁଦୃଢ କରାଯିବ ସେନେଇ ଉଦ୍ୟମ କରିବି ।