ପଂଚାୟତ ଲଢେଇ ପାଇଁ କ୍ଷେତ୍ର ପ୍ରସ୍ତୁତି : ଆଜି ଗାନ୍ଧୀ ଜୟନ୍ତୀରୁ ଏକ ମାସ ଯାଏଁ ଚାଲିବ ବିଜେଡିର ପଦଯାତ୍ରା

19

କନକ ବ୍ୟୁରୋ : ଆରମ୍ଭ ହୋଇଛି ବିଜେଡିର ପଦଯାତ୍ରା । ଭୁବନେଶ୍ୱର ସାମନ୍ତରାପୁର ନୂଆଗାଁରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପଦଯାତ୍ରା ଶୁଭାରମ୍ଭ କରିଛନ୍ତି । ଏହାସହ ଏହି ପଦଯାତ୍ରା ସମସ୍ତ ଜିଲ୍ଲାରେ ଆରମ୍ଭ ହୋଇଛି । ବିଜେଡିର ଏହି କାର୍ଯ୍ୟକ୍ରମ ମାସେ ଧରି ଚାଲିବ ।

ପ୍ରତିବର୍ଷ ଗାନ୍ଧୀ ଜୟନ୍ତୀ ଠାରୁ ଜୟପ୍ରକାଶ ଜୟନ୍ତୀ ପର୍ଯ୍ୟନ୍ତ ଏହି ପଦଯାତ୍ରା କରୁଥିବା ବିଜେଡି ଚଳିତ ବର୍ଷ ଏହାକୁ ଏକମାସ ଧରି ଜାରି ରଖିବ । ଏଥିପାଇଁ ସମସ୍ତ ନିର୍ବାଚନ ମଣ୍ଡଳୀରେ ୧୪୭ ଜଣ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି ଦଳ । ପଦଯାତ୍ରା ସମୟରେ ମହାନଦୀ, ପୋଲାଭରମ , କେନ୍ଦ୍ରୀୟ ଅବହେଳା, କେନ୍ଦ୍ରୀୟ ଅନୁଦାନ ହ୍ରାସ ଓ ରାଜ୍ୟ ସରକାରଙ୍କ ସଫଳଯୋଜନା ସଂପର୍କରେ ଲୋକଙ୍କୁ ଦଳ ଜଣାଇବ । ଆଗାମୀ ଦିନରେ ପଂଚାୟତ ନିର୍ବାଚନ ଥିବାରୁ ଦଳ ଏହି ପଦଯାତ୍ରାକୁ ଲୋକସଂପର୍କର ମୁଖ୍ୟ ମାଧ୍ୟମ କରିଥିବା କୁହାଯାଉଛି ।