ସଞ୍ଜୀବ ମଲ୍ଲିକଙ୍କୁ ଭଦ୍ରକ ‘ଭାର’ : ନିକଟତମ ପ୍ରତିଦ୍ୱନ୍ଦିଙ୍କୁ ୩୨୦୦୦ ଭୋଟ ବ୍ୟବଧାନରେ ପରାସ୍ତ କଲେ ବିଜେଡ଼ି ପ୍ରାର୍ଥୀ

273

କନକ ବ୍ୟୁରୋ : ବିଜେଡ଼ି ପ୍ରାର୍ଥୀ ସଞ୍ଜୀବ ମଲ୍ଲିକଙ୍କ ହାତରେ ଭଦ୍ରକ ଭାର । ଭଦ୍ରକ ବିଧାନସଭା ଆସନରେ ବାଜିମାତ୍ କଲା ବିଜେଡ଼ି । ନିକଟତମ ପ୍ରତିଦ୍ୱନ୍ଦି ତଥା ବିଜେପି ପ୍ରାର୍ଥୀ ପ୍ରଦୀପ ନାୟକଙ୍କୁ ହରାଇ ୨୦୧୯ ପାଇଁ ବିଧାୟକ ପଦ ହାତେଇଲ ସଞ୍ଜୀବ । ସେ ପ୍ରାୟ ୩୨୦୦୦ ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀ ପ୍ରଦୀପ ନାୟକଙ୍କୁ ହରାଇଛନ୍ତି । ୨୦୦୯ ଓ ୨୦୧୪ରେ ଲଗାତାର ଭଦ୍ରକ ବିଧାନସଭା ଆସନ କରିଥିଲା ବିଜେଡ଼ି । ତୃତୀୟ ଥର ପାଇଁ ପୁଣି ଥରେ ବିଜେଡ଼ି ହାତକୁ ଯାଇଛି ଭଦ୍ରକ ରାଜଗାଦି ।

୨୦୦୯ ଓ ୨୦୧୪ ଭଦ୍ରକ ବିଧାନସଭା ଆସନରୁ ଯୁଗଳ କିଶୋର ପଟ୍ଟନାୟକ ଦୁଇଥର ବିଜୟ ଟୀକା ପିନ୍ଧିଥିଲେ ହେଁ ଏଥର ପ୍ରାର୍ଥୀ ବଦଳାଇଥିଲା ବିଜେଡ଼ି । ସଞ୍ଜୀବ ମଲ୍ଲିକଙ୍କୁ ଟିକେଟ ଦେଇଥିଲେ ବିଜେଡ଼ି ସୁପ୍ରିମୋ । ତେବେ ସଞ୍ଜୀବ ମଲ୍ଲିକ ମଧ୍ୟ ବିଜେଡ଼ି ସୁପ୍ରିମୋଙ୍କୁ ନିରାଶ କରିନାଆନ୍ତି ।

ସୂଚନାଯୋଗ୍ୟ ୨୦୧୪ ନିର୍ବାଚନରେ ୮୦ ହଜାର ୫୮୨ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ ଯୁଗଳ କିଶୋର ପଟ୍ଟନାୟକ । ସେ କଂଗ୍ରେସ ପ୍ରାର୍ଥୀ ନରେନ୍ ପଲାଇଙ୍କୁ ୨୩ ହଜାର ୫୮୭ ଭୋଟ ପରାସ୍ତ କରିଥିଲେ ।