ମୋଦିଙ୍କ କଡ଼ା ଅଭିଯୋଗର ଜବାବ ରଖିଲା ବିଜେଡ଼ି : ସୁବାସ ସିଂ କହିଲେ, ଏହା ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନୀ ପ୍ରଚାର ଓ ଡ୍ରାମା

28

କନକ ବ୍ୟୁରୋ : ଆୟୁଷ୍ମାନ ଯୋଜନା ଓ ଟଙ୍କିକିଆ ଚାଉଳ ନେଇ ତାଳଚେରରୁ ବିଜେଡ଼ିକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ନବୀନ ବାବୁ ଆୟୁଷ୍ମାନ ବୁଝିପାରୁ ନାହାନ୍ତି ବୋଲି କହିଛନ୍ତି । ଏହାସହ ରାଜ୍ୟବାସୀ ଆୟୁଷ୍ମାନ ଯୋଜନାରେ ସାମିଲ ହୁଅନ୍ତୁ ବୋଲି ଆହ୍ୱାନ କରିଛନ୍ତି । ଗରିବ ପରିବାର ପାଇଁ ଓଡ଼ିଶା ସରକାର ଏହି ଯୋଜନାରେ ସାମିଲ ହୁଅନ୍ତୁ ବୋଲି ସାଧାରଣ ସଭାରେ ନବୀନଙ୍କୁ ଆହ୍ୱାନ ଜଣାଇଛନ୍ତି । ସେପଟେ ଟଙ୍କିକିଆ ଚାଉଳର ହିସାବ ମଧ୍ୟ ଦେଇଛନ୍ତି ମୋଦି । ଓଡ଼ିଶାରେ ଯେଉଁ ଟଙ୍କିକିଆ ଚାଳଳ ଦିଆଯାଇଛି ତାହା ପାଇଁ ପ୍ରାୟ ୨୫ ଟଙ୍କାରୁ ୩୦ ପ୍ରତିଶତ ଟଙ୍କା କେନ୍ଦ୍ର ସରକାର ଖର୍ଚ୍ଚ କରୁଛନ୍ତି । ତେବେ ଯାଇ ଏକ ଟଙ୍କାରେ ରାଜ୍ୟବାସୀ ଟଙ୍କିକିଆ ଚାଉଳ ପାଇ ପାରୁଛନ୍ତି ବୋଲି ମୋଦି କହିଛନ୍ତି ।

ମୋଦିଙ୍କ ଅଭିଯୋଗର ଜବାବ ରଖିଲେ ବିଜେଡ଼ି ନେତା ସୁବାସ ସିଂ । ଏହା କେବଳ ମୋଦିଙ୍କ ନିର୍ବାଚନୀ ପ୍ରଚାର ଓ ଡ୍ରାମାବାଜି ବୋଲି କହିଛନ୍ତି  । ଆଉ ମାତ୍ର ୪ ମାସ ପରେ ନିର୍ବାଚନ, ଏହାକୁ ଆଖି ଆଗରେ ରଖି ମୋଦି ଏପରି କହୁଛନ୍ତି ବୋଲି ସୁବାସ ସିଂ କହିଛନନ୍ତି । ଆୟୁଷ୍ମାନ ଯୋଜନା କେବଳ ଘୋଷଣା ହୋଇଛି, କାର୍ଯ୍ୟକାରୀ ହୋଇନି ବୋଲି କହିଛନନ୍ତି । ସେଥିରେ ଏହି ଯୋଜନାରେ କେନ୍ଦ୍ର ସରକାର ୬୦ ।ଭଗଟଙ୍କା କେନ୍ଦ୍ର ସରକାର ଦେବେ ଆଉ ରାଜ୍ୟ ସରକାର ଦେବେ ୪୦ ଭାଗ ଟଙ୍କା । ତେବେ ଏହି ଯୋଜନା ଲାଗୁ ହେଉ ହେଉ ବହୁତ କଥା । ସେତେବେଳକୁ ନିର୍ବାଚନ ମଧ୍ୟ ସରିଯାଇଥିବା ବୋଲି ସେ କହିଛନ୍ତି ।

ଏପଟେ ଅଗଷ୍ଟ ୧୫ରୁ ଓଡ଼ିଶା ସରକାର ବିଜୁ ସ୍ୱାସ୍ଥ୍ୟ ଯୋଜନା ଆରମ୍ଭ କରିସାରିଛନ୍ତି । ଆୟୁଷ୍ମାନ ଯୋଜନା ପୁର୍ବରୁ ହିଁ ରାଜ୍ୟ ସରକାର ଏହି ଯୋଜନା କରିଥିଲେ । ଆଉ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଦେଢ଼ ମାସରେ ରାଜ୍ୟର ଏକ ଲକ୍ଷ ଲୋକଙ୍କୁ ସୁବିଧା ମିଳିଲାଣି । ଏହା ବ୍ୟତୀତ ସେ କହିଛନ୍ତି ଖାଦ୍ୟ ସୁରକ୍ଷା ପ୍ରସଙ୍ଗ ମୋଦିଙ୍କ ମୁଁହରେ ଶୋଭାପାଏନି