ବଜାୟ ରହୁ ସିବିଆଇର ସ୍ୱଚ୍ଛତା  : ବିଜେଡି

179

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ସିବିଆଇ ଓ ପୋଲିସ ବିବାଦକୁ ନେଇ ଲୋକସଭାରେ ହଙ୍ଗାମା ଦେଖିବାକୁ ମିଳିଛି  । ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ମୋଦି ସରକାରଙ୍କୁ ଘେରିଥିବା ବେଳେ ଏ ସଂକ୍ରାନ୍ତରେ ବିଜେଡି ମଧ୍ୟ ମୁହଁ ଖୋଲିଛି । ଲୋକସଭାରେ ବିଜେଡିର ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ କହିଛନ୍ତି, ପଶ୍ଚିମବଙ୍ଗ ଘଟଣା ପରେ ସିବିଆଇ ଭଳି ସର୍ବୋଚ୍ଚ ସଂସ୍ଥା ଗୁଡିକରେ  ସ୍ୱଚ୍ଛତା ବଜାୟ ରହୁ  । ଆମ ପାଖରେ ପରିପକ୍ୱ ଗଣତନ୍ତ୍ର ରହିଛି ।  ତେଣୁ ଏସବୁ ଘଟଣାରେ  ବୃତ୍ତିଗତ କାର୍ଯ୍ୟଶୈଳୀ ବଜାୟ ରଖିବା ଆବଶ୍ୟକ ।  ଓଡିଶାରେ ମଧ୍ୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଓ ନିକଟରେ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବର  ସିବିଆଇ ଯେଉଁଭଳି ବୃତ୍ତିଗତ କାର୍ଯ୍ୟଶୈଳୀରୁ ବାହାରି ହଠାତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଜଣାପଡୁଛି ।

ଏହା ପୂର୍ବରୁ ସିବିଆଇର କାର୍ଯ୍ୟଶୈଳୀକୁ  ନେଇ ପଶ୍ଚିମବଙ୍ଗରେ ରାତି ଅଧିଆ ହାଇଭୋଲଟେଜ ଡ୍ରାମା ଦେଖିବାକୁ ମିଳିଥିଲା । ଗୋଟିଏ ପଟେ ରୋଜଭ୍ୟାଲି ଓ ଶାରଦା ଚିଟଫଣ୍ଡ ମାମଲାରେ ଗତକାଲି କୋଲକାତା ପୋଲିସ କମିଶନରଙ୍କ ଘରେ ସିବିଆଇ ପଶିବାକୁ ନେଇ ପୋଲିସ ଓ ସିବିଆଇ ଅଧିକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଅନ୍ୟପଟେ ଏହି ଘଟଣାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗତକାଲି ଠାରୁ ଧାରଣାରେ ବସିଥିବା ବେଳେ ଏବେ ଗୋଟିଏ ପରେ ଗୋଟିଏ ଦଳ ମମତାଙ୍କ ସମର୍ଥନରେ ବାହାରିଛନ୍ତି ।

ଏସବୁ ଭିତରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ମଧ୍ୟ ଭର୍ତ୍ତୃହରି ମହତାବଙ୍କ କଥା ଦୋହରାଇଛନ୍ତି । ସସ୍ମିତ କହିଛନ୍ତି, ପଶ୍ଚିମବଙ୍ଗ ଘଟଣା ପରେ ସିବିଆଇ ଭଳି ସର୍ବୋଚ୍ଚ ସଂସ୍ଥା ଗୁଡିକର ସ୍ୱଚ୍ଛତା ବଜାୟ ରହୁ  । ଆମ ପାଖରେ ପରିପକ୍ୱ ଗଣତନ୍ତ୍ର ରହିଛି ।  ତେଣୁ ଏସବୁ ଘଟଣାରେ  ବୃତ୍ତିଗତ କାର୍ଯ୍ୟଶୈଳୀ ବଜାୟ ରଖିବା ଆବଶ୍ୟକ ।  ଓଡିଶାରେ ମଧ୍ୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଓ ନିକଟରେ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବର  ସିବିଆଇ ଯେଉଁଭଳି ବୃତ୍ତିଗତ କାର୍ଯ୍ୟଶୈଳୀରୁ ବାହାରି ହଠାତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଜଣାପଡୁଛି ।ବିଜେଡି ବ୍ୟତୀତ ବିଭିନ୍ନ ଦଳ ସିବିଆଇ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଥିବା ବେଳେ ବିରୋଧୀ ଦଳ ମୋଦି ସରକାରଙ୍କୁ ଘେରିଛନ୍ତି ।