ଅନାସ୍ଥା ଆଲୋଚନାରେ ସାମିଲ ହେଲାନି ବିଜେଡି : କେନ୍ଦ୍ର ଅବହେଳା କହି କକ୍ଷତ୍ୟାଗ

31

କନକ ବ୍ୟୁରୋ : ମୋଦିଙ୍କ ପାଇଁ ଶକ୍ତି ପରୀକ୍ଷା । ଅନାସ୍ଥା ପ୍ରସ୍ତାବ ଆଲୋଚନାରେ ଭାଗନେଲାନି ବିଜେଡି । ଏପରିକି ଗତ ୧୪ ବର୍ଷ ହେବ ଓଡିଶାକୁ ଅନେକ ପ୍ରସଙ୍ଗରେ ଅବହେଳା କରାଯାଇଛି । କେନ୍ଦ୍ରରେ ୟୁପିଏ ସରକାରରେ ୧୦ ବର୍ଷ ଶାସନ ଏବଂ ଏନଡିଏ ସରକାରରେ ୪ ବର୍ଷ ଶାସନକାଳରେ ଓଡିଶା ଅବହେଳିତ ହୋଇଥିବା କହିଲେ ବିଜେଡି ସାଂସଦ ଭର୍ତ୍ତୁହରି ମହତାବ । ଏବେ ଆଲୋଚନାରେ ଭାଗ ନନେବା ନେଇ ରାଜନୈତିକ ଦଳରେ ଚର୍ଚ୍ଚା ଜୋର ଧରିଛି ।

ତେବେ ପୂର୍ବରୁ ଅନାସ୍ଥା ପ୍ରସ୍ତାବରେ ବିଜେଡିର ମୁଖ୍ୟ ଭୂମିକା କଣ ରହିବ ସେନେଇ ଅନେକ ଚର୍ଚ୍ଚା ହେଉଥିଲା । ବିଜେଡି ଆଲୋଚନାରେ ଭାଗ ନନେବା ଚର୍ଚ୍ଚା ଉପରେ ଏକ ପ୍ରକାର ପୂର୍ଣ୍ଣଛେଦ ପକାଇଦେଇଥିବା ସ୍ପଷ୍ଟ ହୋଇଛି । ବିଜେଡିର ଗୃହ ଛାଡିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହେଲାଣି । ଗୋଟିଏ ପରେ ଗୋଟିଏ ଦଳ ଅନାସ୍ଥା ପ୍ରସ୍ତାବ ନେଇ ବିଜେପିକୁ ସମର୍ଥନ ନଦେବା ନେଇ ଆଶଙ୍କା ଦେଖାଦେଲାଣି କହିଲେ ଅତ୍ୟୁକ୍ତି ହେବ ନାହିଁ ।

ଗତକାଲି ନୂଆଦିଲ୍ଲୀରେ ବସିଥିବା ବିଜେଡି ସଂସଦୀୟ ଦଳ ବୈଠକ ପରେ ବିଜେଡି କହିଥିଲା, ବିଜେଡି ସର୍ବପରି ରାଜ୍ୟ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମତଦାନ କରିବୁ । ତେବେ ଆଜି ବିଜୁ ଜନତା ଦଳ ଗୃହ ତ୍ୟାଗ କରି ୧୪ ବର୍ଷରେ ଓଡିଶାକୁ ଅବହେଳା କରିଥିବା ଉକ୍ତି ରଖିଛନ୍ତି ବିଜେଡି ସାଂସଦ ଭର୍ତ୍ତୁହରି ମହତାବ । ତେବେ ଆପରପକ୍ଷେ ଅନାସ୍ଥା ପ୍ରସ୍ତାବ ନେଇ ସଂସଦରେ ହେଉଥିବା ବିତର୍କରେ ବିଭିନ୍ନ ଦଳ ନିଜର ପକ୍ଷ ରଖୁଛନ୍ତି । ତେେ ଲୋକସଭାରେ ଶିବସେନାର ୧୮ ଜଣ ସାଂସଦ ଥିବାବେଳେ ବିଜେଡିର ୨୦ ଓ ସାଂସଦ ଅଛନ୍ତି । ଶିବସେନା ଏନଡିଏର ସହେଯାଗୀ ଥିଲେ ମଧ୍ୟ ଭୋଟିଂରେ ଭାଗ ନନେବାକୁ ମଧ୍ୟ ସ୍ପଷ୍ଟୀକରଣ କରିଦେଇଛି । ତେଣୁ ଅନ୍ୟ ଦଳଗୁଡିର ଆଭିମୁଖ୍ୟ କ’ଣହେବ ତାହା ଉପରେ ସମସ୍ତଙ୍କ ନଜର ରହିବ । ପୂର୍ବରୁ ଯେହେତୁ ବିଜେଡିର ୨୦ ଜଣ ସାଂସଦ ଅଛନ୍ତି । ତେଣୁ ବିଜେଡି ଗୃହରେ ଉପସ୍ଥିତ ନରହିବା ବିରୋଧୀଙ୍କ ପାଇଁ ଅଡୁଆ ହୋଇପାରେ ।