କ୍ୟାସଲେସ୍ ଟ୍ରାଞ୍ଜାକ୍ସନ କେତେ ସୁରକ୍ଷିତ! ସଂସଦରେ ପ୍ରଶ୍ନ ଉଠାଇଲେ ବିଜେଡି ସାଂସଦ ଭର୍ତୃହରି ମହତାବ

17

କନକ ବ୍ୟୁରୋ : କ୍ୟାସଲେସ୍ ଟ୍ରାଞ୍ଜାକ୍ସନ ସମୟରେ ଜମାକାରୀଙ୍କ ଟଙ୍କା ବ୍ୟାଙ୍କରେ କେତେ ସୁରକ୍ଷିତ, ଏହାକୁ ନେଇ ଲୋକସଭାରେ ପ୍ରଶ୍ନ ଉଠାଇଲେ ବିଜେଡି ସାଂସଦ ଭର୍ତୃହରି ମହତାବ । ସେ ପ୍ରଶ୍ନକାଳରେ ଜାଣିବାକୁ ଚାହିଁଛନ୍ତି ଯେ ଏକ ତଥ୍ୟ ଅନୁସାରେ ଦେଶରେ ୩.୨ ମିଲିୟନ ଡେବିଟ୍ କାର୍ଡକୁ ହ୍ୟାକ୍ କରି କୋଟି କୋଟି ଟଙ୍କା ଲୁଟ ହୋଇଛି । ଏଥିପାଇଁ ନ୍ୟାସନାଲ ପେମେଂଟ କାଉଁସିଲ ମଧ୍ୟ ଉଦବେଗ ପ୍ରକାଶ କରିଥିଲେ । ଏହାର ତଦନ୍ତ ମଧ୍ୟ ଚାଲିଛି । ବର୍ତ୍ତମାନ ଯେତେବେଳେ କ୍ୟାସଲେସ୍ ଟ୍ରାଞ୍ଜାକ୍ସନ କରିବା ପାଇଁ ଲୋକମାନଙ୍କୁ ବାଧ୍ୟ କରାଯାଉଛି, ସେତେବେଳେ ଜମାକାରୀଙ୍କ ସୁରକ୍ଷା ପାଇଁ ବ୍ୟାଙ୍କିଙ୍ଗ୍ ସଂସ୍ଥାମାନେ କି ପଦକ୍ଷେପ ନେଇଛନ୍ତି, ପ୍ରଶ୍ନ କରିଛନ୍ତି ଭର୍ତୃହରି ।