ଦୁଇ ଯୋଜନା ଏକ ହେବା ନେଇ ପ୍ରଶାନ୍ତ ମୁଦୁଲିଙ୍କ ମତ, ଚର୍ଚ୍ଚା ବଢୁଥିବାବେଳେ ଅଧିକ ଖୋରାକ ଯୋଗାଇଲା ବିଜେଡି ବିଧାୟକଙ୍କ ବୟାନ

777

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ‘କାଳିଆ’ ଯୋଜନା ନେଇ ଦିନକୁ ଦିନ ନୂଆ ଖିଅ ବାହାରିବାରେ ଲାଗିଛି । ଏତିକିବେଳେ ‘କାଳିଆ’ ଓ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ମିଶିବା ନେଇ ଚର୍ଚ୍ଚା ଧରିଥିବାବେଳେ ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ବୟାନ ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି । ପ୍ରଶାନ୍ତ ମୁଦୁଲି କହିଛନ୍ତି କି, କାଳିଆ ଓ ପିଏମ୍ କିଷାନ ‘ଦୁଇଟି ଯୋଜନା ମିଶିବାରେ କିଛି ଅପ୍ରାସଙ୍ଗିକତା ନାହିଁ । କାରଣ ଦୁଇଟି ଯୋଜନା ଏକ ହୋଇଗଲେ ଏହା ଦ୍ୱାରା ହିତାଧିକାରୀ ଚୟନରେ ସ୍ୱଚ୍ଛତା ଆସିବ । ଏବଂ ଦୁଇଟି ଯୋଜନା ମିଶିଲେ ରାଜ୍ୟ ଉପରୁ ଆର୍ଥିକ ବୋଝ କମିବା ସ୍ୱାଭାବିକ ହୋଇଯିବ ।

ଅନ୍ୟପଟେ କାଳିଆ ଯୋଜନାକୁ ଚାଷୀଙ୍କ ଆଦର୍ଶ ଯୋଜନା ଭାବେ ଦମ୍ଭୋକ୍ତି ବାଢ଼ିଥିବାବେଳେ ‘କାଳିଆ ଯୋଜନା ପ୍ରବର୍ତ୍ତନ ପରେ ପିଏମ କିଷାନ ଯୋଜନା ଆସିଥିଲା ବୋଲି କହିଛନ୍ତି ପ୍ରଶାନ୍ତ । ତେବେ ଯଦି ଏହି ଦୁଇଟି ଯୋଜନା ମିଶି ଏକ ହୁଏ ତା’ହେଲେ ଉପକୃତ ଚାଷୀଙ୍କ ଉନ୍ନତିରେ ସହାୟକ ହେବ ଏହି ଦ୍ୱିତୀୟ ଯୋଜନା । ଆଉ ‘ଏହା ଦ୍ୱାରା ହିତାଧିକାରୀଙ୍କ ସଂଖ୍ୟା ମଧ୍ୟ ବଢିବ । ‘କିଷାନ ଯୋଜନା ଲାଗୁ କରିବେନି ବୋଲି ରାଜ୍ୟ କେବେ କହିନାହିଁ, ‘ତର୍ଜମା ପରେ ରାଜ୍ୟ ସରକାର ନିଷ୍ପତ୍ତି କରିପାରନ୍ତି ବୋଲି କହିଛନ୍ତି ବିଜେଡି ବିଧାୟକ ।