ଖୋଲିଲା ୧୩ବର୍ଷ ତଳର କେସ୍ : କାଠଗଡାରେ ଧାମନଗର ବିଜେଡି ବିଧାୟକ ମୁକ୍ତିକାନ୍ତ ମଣ୍ଡଳ

43

କନକ ବ୍ୟୁରୋ : ବିଜେଡି ବିଧାୟକଙ୍କ ନାଁରେ ହତ୍ୟା ମାମଲା । ୧୩ ବର୍ଷ ତଳର ଏକ ହତ୍ୟା ମାମଲାରେ ଅଭିଯୁକ୍ତ ତାଲିକାରେ ନାଁ ଯୋଡିବାକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି । ଯାହାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚା ଆରମ୍ଭ ହୋଇଯାଇଛି । ଏହି ହତ୍ୟା ଅଭିଯୁକ୍ତ ବିଧାୟକ ହେଲେ ଭଦ୍ରକ ଜିଲ୍ଲା ଧାମନଗରର ମୁକ୍ତିକାନ୍ତ ମଣ୍ଡଳ । କୁହାଯାଉଛି, ମୁକ୍ତି ମଣ୍ଡଳ ହେଉଛନ୍ତି ନିରଂଜନ ଜେନା ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ । ତେବେ ଚଂଚକତା କରି ସେ ଏହି ମାମଲାରୁ ଖସି ଯାଇଥିଲେ। ତେବେ ହାଇକୋର୍ଟଙ୍କ ଏହି ନିର୍ଦେଶ ପରେ ପୁଣି ଚର୍ଚାକୁ ଆସିଛନ୍ତି ଏହି ବାହୁବଳୀ ବିଧାୟକ।

ଏହା ସହ ଦେଖନ୍ତୁ ଏହି ଭିଡିଓ –