ବିବାଦ ପରର ଦେବାଶିଷ ! ସହିଦ ମନୋଜ ବେହେରାଙ୍କ ଏକାଦଶାହରେ ସାମିଲ ହୋଇ ଦାଦାଙ୍କ ସହ ଏକାଠି ଉଠାଇଲେ ଫଟୋ

ସହିଦଙ୍କ ଦାଦାଙ୍କୁ ଧକ୍କା ମାରିବାକୁ ନେଇ ଉଠିଥିଲା ବିବାଦ

385

କନକ ବ୍ୟୁରୋ: ବିବାଦ ପରେ ସହିଦ ମନୋଜ ବେହେରାଙ୍କ ଏକାଦଶାହରେ ସାମିଲ ହୋଇଛନ୍ତି ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ । ଯେଉଁ ଦାଦାଙ୍କୁ ଧକ୍କା ମାରିବା ନେଇ ବିବାଦ ଜୋର୍ ଧରିଥିଲା, ଦେବାଶିଷ ଆଜି ତାଙ୍କ ସହ ଫଟୋ ଉଠାଇଛନ୍ତି । ଆଜି ଏକାଦଶାହରେ ସହିଦ ମନୋଜ ବେହେରାଙ୍କ ପୈତୃକ ବାସଭବନରେ ପାରମ୍ପାରିକ କର୍ମ କରାଯାଇଥିଲା । ଏଥିରେ ବନ୍ଧୁବାନ୍ଧବଙ୍କ ସହ ରାଜନେତା, ସମାଜସେବୀ ସାମିଲ ହୋଇଥିଲେ ।

 

ସହିଦ ମନୋଜଙ୍କ ଅନ୍ତ୍ୟଷ୍ଟିକ୍ରିୟା ସମୟରେ ବିବାଦ ସୃଷ୍ଟି ହୋଇଥିଲା । ପରେ ଦେବାଶିଷ ନିସର୍ତ୍ତ କ୍ଷମାପ୍ରାର୍ଥନା କରି ସେ ତାଙ୍କ ଦାଦା ବୋଲି ଜାଣିନଥିବା କହିଥିଲେ । ଏହାପରେ ଚାରିଆଡେ ସହିଦଙ୍କ ପରିବାରକୁ ବିଧାୟକ ଅସମ୍ମାନ କରିଛନ୍ତି ବୋଲି ଚର୍ଚା ହୋଇଥିଲା । କଂଗ୍ରେସ ଏବଂ ବିଜେପି ମଧ୍ୟ ଏହାକୁ ପ୍ରତିବାଦ କରିଥିଲେ । ଏସବୁ ଘଟଣା ପରେ ଆଜି ଏକାଦଶାହରେ ସାମିଲ ହୋଇଥିଲେ ବିଧାୟକ ଦେବାଶିଷ ସାମନ୍ତରାୟ ।