ବିଜେଡି ନେତା ଅଭିମନ୍ୟୁ ସାହୁ ହତ୍ୟା ମାମଲା : ୪ଜଣଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଦେଲେ ଟିଟିଲାଗଡ ଏଡିଜେ କୋର୍ଟ

41

କନକ ବ୍ୟୁରୋ : ବିଜେଡି ନେତା ଅଭିମନ୍ୟୁ ସାହୁ ହତ୍ୟା ମାମଲାରେ ୪ଜଣଙ୍କୁ ଆଜୀବନ ଜେଲ୍ । ଏହି ବହୁଚର୍ଚ୍ଚିତ ହତ୍ୟା ମାମଲାରେ ୪ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଟିଟିଲାଗଡ ଏଡିଜେ କୋର୍ଟ । ମୁଖ୍ୟ ଦୋଷୀ ଆଲୋକ ଦାସଙ୍କୁ ଆଜୀବନ କାରାଦଣ୍ଡ ସହ ୫ବର୍ଷ ଅତିରିକ୍ତ ଜେଲ ଦଣ୍ଡାଦେଶ କରିଛନ୍ତ କୋର୍ଟ । ଅନ୍ୟ ଦୋଷୀମାନେ ହେଲେ ଜଗଦୀଶ ବାଗ, ନରେଶ ସିଂ ଓରଫ ପେଂଟଲ ଓ ସନ୍ତୋଷ ରଣା ।

୨୦୧୩ ଡିସେମ୍ବର ୧୫ ତାରିଖରେ ମର୍ଣ୍ଣିୱାକ୍ କରୁଥିବାବେଳେ ବିଜେଡି ନେତା ଅଭିମନ୍ୟୁ ସାହୁଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଥିଲା । ଟିଟିଲାଗଡ ଉପକଣ୍ଠରେ ପ୍ରଥମେ ଅଭିମନ୍ୟୁଙ୍କୁ ପଛପଟୁ ଗାଡିରେ ଧକ୍କା ଦିଆଯାଇଥିବାବେଳେ ପରେ ତଂଟି କାଟି ହତ୍ୟା କରିବା ସହ ଅନ୍ୟତ୍ର ଫିଙ୍ଗି ଦିଆଯାଇଥିଲା । ଏଭଳି ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡକୁ ନେଇ ଅଶାନ୍ତ ହୋଇପଡିଥିଲା ଟିଟିଲାଗଡ । ବିଜେଡି ନେତା ଅଭିମନ୍ୟୁଙ୍କ ସମର୍ଥକ ବିଭିନ୍ନ ସ୍ଥାନରେ ପୋଡାଜଳା କରି ଘଟଣାର ତୀବ୍ର ପ୍ରତିବାଦ କରିବା ସହ ହତ୍ୟାକାରୀଙ୍କୁ ଗିରଫ ଦାବି କରିଥିଲେ । ପରେ କ୍ରାଇମବ୍ରାଂଚ ମାମଲାର ବିଭିନ୍ନ ଦିଗକୁ ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ।