ମନ୍ତ୍ରୀଙ୍କ ଦକ୍ଷତା ମାପୁଛନ୍ତି ମୁଖ୍ୟମନ୍ତ୍ରୀ: ତୃତୀୟ ଦିନରେ ଆଜି ୫ଟି ବିଭାଗର ସମୀକ୍ଷା କଲେ ନବୀନ । ପଂଚାୟତରାଜ ମନ୍ତ୍ରୀ କହିଲେ,ଆମେ ଫାଷ୍ଟ କ୍ଲାସ ପାଇଛୁ

34

କନକ ବ୍ୟୁରୋ: ଆଜି ତୃତୀୟ ଦିନରେ ପଂଚାୟତରାଜ ସମେତ ୫ଟି ବିଭାଗର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଭାଗୀୟ ମନ୍ତ୍ରୀ ଓ ସଚିବ ମୁଖ୍ୟମନ୍ତ୍ରୀଙ୍କୁ ବାର୍ଷିକ ରିପୋର୍ଟ ଦେଇଛନ୍ତି । ବର୍ଷକ ଭିତରେ ବିଭାଗ କଣ ସଫଳତା ପାଇଛି ସେ ନେଇ ସବିଶେଷ ତଥ୍ୟ ରଖିଛନ୍ତି । ନିର୍ବାଚନୀ ଇସ୍ତାହାରରେ ସରକାର ଦେଇଥିବା ପ୍ରତିଶ୍ରୁତି କେତେ ପୂରଣ ହୋଇଛି ତାହାର ସମୀକ୍ଷା କରିଛନ୍ତି ନବୀନ ।

ସମୀକ୍ଷା ବୈଠକ ପରେ ମନ୍ତ୍ରୀ ପ୍ରଦୀପ ମହାରଥି କହିଛନ୍ତି ତାଙ୍କ ବିଭାଗ ପ୍ରଥମ ସ୍ଥାନ ପାଇଛି । ନିଯୁକ୍ତି କ୍ଷେତ୍ରରେ ସଫଳତା ପାଇଛି । ଗ୍ରାମାଂଚଳରେ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଭଲ କାମ କରିଛି । ୧୭ଲକ୍ଷ ଘର ନିର୍ମାଣ କରାଯାଇଛି । ଏବଂ ଆସନ୍ତା ନଭେମ୍ବର ସୁଦ୍ଧା ଆଉ ୨ଲକ୍ଷ ଘର ନିର୍ମାଣ କରାଯିବ ।