ବିଜେଡି ନେତାଙ୍କ ଦାଦାଗିରି : ବୌଦ୍ଧରେ ପୁଲିସ ଆଗରେ ବିଜେପି କର୍ମୀଙ୍କୁ ଛେଚିଲେ

49

ବୌଦ୍ଧ : ବୌଦ୍ଧରେ ବିଜେଡି ନେତାଙ୍କ ଖୁଲମଖୁଲା ଦାଦାଗିରି । ପୁଲିସ ଉପସ୍ଥିତିରେ ବିଜେପି କର୍ମୀଙ୍କୁ ମାଡ ମାରି ଦରମରା କରିପକାଇଲେ ବିଜେଡି ନେତା । ଗୋଇଠା ପରେ ଗୋଇଠା ମାରି ଚାଲୁଥିଲେ ବିଜେଡି ନେତା । ପୁରା ଫିଲ୍ମ ଷ୍ଟାଇଲରେ ବିଧାୟକ ମାଡ ଦେଉଥିଲେ । ଆଉ ଏସବୁ ଚାଲିଥିଲା ପୁଲିସ ଉପସ୍ଥିତିରେ । ମନଇଚ୍ଛା ବିଜେଡି ନେତା ଦାଦାଗିରି ଦେଖାଇ ଚାଲୁଥିଲେ ।

ବୌଦ୍ଧରେ ବିଜେଡି ଆକ୍ରମଣର ଶିକାର ହୋଇଥିବା ବିଜେପି କର୍ମୀ ଖୋଲିଛନ୍ତି ପରଦା ପଛର କାହାଣୀ। ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ମାଡ ମରାଯାଇଥିବା ସେ ଅଭିଯୋଗ କରିଛନ୍ତି । ମନ୍ତ୍ରୀ ସଂଜୟ ଦାସବର୍ମାଙ୍କ ଇଶାରାରେ ତାଂକୁ ମାଡ ମରାଯାଇଥିବା ସେ କହିଛନ୍ତି। ଏନେଇ ମନମୁଣ୍ଡା ଥାନାରେ ମନ୍ତ୍ରୀ ସଂଜୟ ଦାସ , ବିଜେଡି ଉପସଭାପତି ବିଜୟ ନାୟକ , ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦେବ ଓ ବିଏମସି କର୍ପୋରେଟର ଅମରେଶ ଜେନାଙ୍କ ନାରେ ଏତଲା ଦେଇଛନ୍ତି ବିଜେପି କର୍ମୀ ।

ସେପଟେ ଏହି ଘଟଣାକୁ ନିନ୍ଦା କରିଛି ବିଜେପି । ଏନେଇ ଏକ ପ୍ରେସମିଟର ଆୟୋଜନ କରି ଦଳ ବିଜେଡି ଉପରେ ବର୍ଷିଛି । ଘଟଣାର ତଦନ୍ତ ପାଇଁ ଆସନ୍ତାକାଲି ବିଜେପିର ଏକ ପ୍ରତିନିଧି ଦଳ ଘଟଣାସ୍ଥଳକୁ ଯିବ । ବିଜେପି ବିଧାୟକ ଦଳ ନେତା କେ.ଭିଙ୍କ ନେତୃତ୍ୱରେ ଏହି ଟିମ୍ ଯିବ । ଏହା ଏକ ଅସମାଜିକ ଘଟଣା ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ । ଏହାସହ ଆସନ୍ତାକାଲି ବୌଦ୍ଧ ବନ୍ଦ ଡାକରା ଦେଇଛି ଦଳ ।