ମହାନଦୀକୁ ନେଇ ବିଜେଡିରେ ଦ୍ୱନ୍ଦ୍ୱ ! ମନ୍ତ୍ରୀ ସୂର୍ଯ୍ୟପାତ୍ରଙ୍କ ସୂଚନାକୁ ଖଣ୍ଡନ କଲେ ସାଂସଦ ପ୍ରତାପ ଦେବ । କହିଲେ, ମହାନଦୀ ସାମବେଶ ନେଇ ପ୍ରେସମିଟର ଦିଆଯିବ ସୂଚନା

32

କନକ ବ୍ୟୁରୋ: ତେଜିଲା ମହାନଦୀ ରାଜନୀତି । ମହାନଦୀକୁ ନେଇ ପୁଣି ସୁରକ୍ଷା ଯାତ୍ରା କରିବ ବିଜେଡି । ମହାନଦୀ ପ୍ରବାହିତ ଜିଲ୍ଳାଗୂଡିକରେ ଦୁଇ କୂଳରେ କାର୍ଯ୍ୟକ୍ରମ କରାଯିବ । ନଦୀପଠାରେ ସାଧାରଣ ସଭା ଆୟୋଜିତ ହେବ । ବିଧାୟକ,ମନ୍ତ୍ରୀ, ସାଂସଦ ଓ ପର୍ଯ୍ୟବେକ୍ଷକ କାର୍ଯ୍ୟକ୍ରମରେ ଯୋଗଦେବେ । ଏପରିକି ନଦୀ ପଠାରେ ରାତ୍ରିଯାପନ କରିବେ କର୍ମୀ । ଖାଦ୍ୟ ଓ ଯୋଗାଣ ସୂର୍ଯ୍ୟନାରାୟଣ ପାତ୍ର ଏନେଇ ସୂଚନା ଦେଇଛନ୍ତି । ତେବେ ସୂର୍ଯ୍ୟଙ୍କ ସୂଚନାଙ୍କୁ କାଟି ଦେଇଛନ୍ତି ସାଂସଦ ପ୍ରତାପ ଦେବ । ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ମହାନଦୀ ସୁରକ୍ଷା ଯାତ୍ରା ନେଇ ପ୍ରତିକ୍ରିୟା ଦେଇଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ । ସେ କହିଛନ୍ତି, ଏ ନେଇ ଗତକାଲି ଦଳୀୟ ସ୍ତରରେ ଆଲୋଚନା ହୋଇଛି । ଯାହା ରୋଡମ୍ୟାପ ହେବ ତାହା ପ୍ରେସ ରିଲିଜ ମାଧ୍ୟମରେ ଜଣାଯିବ । ୭ ତାରିଖରୁ ଯାତ୍ରା ନେଇ ସୂର୍ଯ୍ୟ ପାତ୍ରଙ୍କ ମନ୍ତବ୍ୟକୁ ଖଣ୍ଡନ କରିଛନ୍ତି ପ୍ରତାପ ଦେବ । ସେ ଖୁବଶୀଘ୍ର ତାରିଖ ବାବଦରେ ମିଡିଆକୁ ବିଧିବଦ୍ଧ ଭାବେ ଜଣାଇଦିଆଯିବ ।

ଏପଟେ ଆଜି ରାଜ୍ୟର ସମସ୍ତ ୩୧୪ଟି ବ୍ଲକରେ କୃଷକ କଲ୍ୟାଣ କର୍ମଶାଳା ଆୟୋଜନ କରୁଛି ବିଜେପି । ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଚାଷୀଙ୍କ ଅବଗତ କରାଇବା ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ । ୨୦୨୨ ସୁଦ୍ଧା ଦେଶର ସମସ୍ତ ଚାଷୀଙ୍କ ଆୟ ଦୁଇ ଗୁଣା ହେବ । ପ୍ରଧାନମନ୍ତ୍ରୀଙ୍କ ଏହି ବାର୍ତାକୁ ଲୋକଙ୍କ ପାଖରେ ପହଂଚାଯିବ ବୋଲି କହିଛନ୍ତି ବିଜେପି କୃଷକ ମୋର୍ଚ୍ଚାର ସାଧାରଣ ସମ୍ପାଦକ ସୁରଥ ବିଶ୍ୱାଳ ।