ପଂଚାୟତ ଫଳାଫଳ ପରେ ବିଜେଡିର ସମୀକ୍ଷା : ତୃଣମୂଳ ସ୍ତର ପ୍ରତିନିଧିଙ୍କ ସହ ସିଧାସଳଖ କଥା ହେଉଛନ୍ତି ନବୀନ

40

କନକ ବ୍ୟୁରୋ : ପଂଚାୟତ ନିର୍ବାଚନୀ ଝଟକା ପରେ ଚେତିଛି ବିଜେଡି । ଦଳର ସୁପ୍ରିମୋ ପର୍ଯ୍ୟୟ କ୍ରମେ ବିଭିନ୍ନ ଜିଲ୍ଲାର ପଂଚାୟତର ନିର୍ବାଚିତ ପ୍ରତିନିଧିଙ୍କ ସହ ଆଲୋଚନା କରୁଛନ୍ତି । ଆଜି ଏହି କ୍ରମର ତୃତୀୟ ଦିନ । ତୃଣମୂଳ ସ୍ତରରେ ଦଳକୁ ଅଧିକ ସଂଗଠିତ ଓ ସୁଦୃଢ କରିବା ଲକ୍ଷ୍ୟ ନେି ଦଳ ସୁପ୍ରିମୋ ପ୍ରତିନିଧିଙ୍କ ସହ ଆଲୋଚନା କରୁଛନ୍ତି ଏବଂ ସମସ୍ୟା ସଂପର୍କରେ ନିଜେ ଅନୁଧ୍ୟାନ କରୁଛନ୍ତି ।

ଗତକାଲି ମୟୁରଭଂଜ ଜିଲ୍ଲାର ସାଙ୍ଗଠନିକ ସ୍ଥିତର ସମୀକ୍ଷା କରିଛନ୍ତି ନବୀନ । ବିଜେଡି କାର୍ଯ୍ୟାଳୟରେ ସୁପ୍ରିମୋ ନବୀନ ପଟ୍ଟନାୟକ ମୟୁରଭଂଜ ଜିଲ୍ଲାର ନିର୍ବାଚିତ ପଂଚାୟତ ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି । ଲୋକଙ୍କ ସହ ଯୋଡି ହୋଇ ସୁବିଧା ଅସୁବିଧା ବୁଝିବା ପାଇଁ ପ୍ରତିନିଧିଙ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ସରକାରୀ ଯୋଜନାକୁ ଲୋକଙ୍କ ପାଖରେ ପହଂଚାଇବା ପାଇଁ ନିର୍ଦ୍ଦେଶ ଦେବା ସହ ୬ମାସ ପରେ ପୁଣି ଥରେ ସମୀକ୍ଷା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମାତ୍ର ୪୦ ମିନିଟ୍ର କାର୍ଯ୍ୟକ୍ରମ ଥିବା ବେଳେ ନବୀନ ଏଠାରେ ପ୍ରାୟ ୨ ଘଂଟା ବସିଲେ ଏବଂ ପ୍ରତିନିଧିଙ୍କ କଥା ଧୈର୍ଯ୍ୟର ସହ ଶୁଣିଲେ ।