ବିଧାନସଭାର ନବମ ଅଧିବେଶନ ପୂର୍ବରୁ ବିଜେଡି ବିଧାୟକ ଦଳ ବୈଠକ : ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରଣନୀତି ପ୍ରସ୍ତୁତ

23

କନକ ବ୍ୟୁରୋ : ପଂଚାୟତ ନିର୍ବାଚନ ପରେ ଆରମ୍ଭ ହୋଇଥିବା ବିଧାନସଭାର ନବମ ଅଧିବେଶନ ବେଶ ସରଗରମ ରହିବା ସମ୍ଭାବନା ରହିଛି । ଗୃହରେ ବିରୋଧୀଙ୍କ ସମସ୍ତ ପ୍ରଶ୍ନର ଉତର ଦେବାକୁ ସରକାରୀ ଦଳ ପ୍ରସ୍ତୁତ ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।

ବିଧାନସଭା ପୂର୍ବରୁ ବିଜେଡି ବିଧାୟକ ଦଳ ବୈଠକରେ ଏନେଇ ରଣନୀତି ପ୍ରସ୍ତୁତ କରାଯାଇଛି । ଆଜି ମୁଖ୍ୟମନ୍ତ୍ରୀଙ୍କ  ଅଧ୍ୟକ୍ଷତାରେ ବସିଥିଲା ଏହି ବୈଠକ । ଚଳିତ ବିଧାନସଭା ଅଧିବେଶନରେ କଣ ରହିବ ଶାସକ ଦଳର ପ୍ରସଙ୍ଗ ସେ ନେଇ ଆଲୋଚନା ହୋଇଛି ।