ପଂଚାୟତ ନିର୍ବାଚନ ପାଇଁ ବିଜେଡିର ରଣନୀତି : ୫ ଜିଲ୍ଲାର ପ୍ରତିନିଧି ଓ ବିଧାୟକଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

21

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଆସନ୍ତା ପଂଚାୟତ ନିର୍ବାଚନ ପାଇଁ କସରତ ଆରମ୍ଭ ହୋଇଛି । ପଂଚାୟତ ନିର୍ବାଚନରେ ରଣନୀତି କିପରି ରହିବ ଏନେଇ ବିଜେଡି ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ୫ଟି ଜିଲ୍ଲାର ବିଧାୟକ ଓ ଜିଲ୍ଲା ପ୍ରତିନିଧିମାନଙ୍କୁ ନେଇ ନବୀନ ନିବାସରେ ବୈଠକ ହୋଇଛିି । ଭଦ୍ରକ, ବାଲେଶ୍ୱର, ନୁଆପଡା, ବଲାଙ୍ଗୀର ,କଳାହାଣ୍ଡି ଜିଲ୍ଲାର ବିଧାୟକ ଓ ଜିଲ୍କା ପ୍ରତିନିଧିଙ୍କ ସହ ଆଲୋଚା କରିଛନ୍ତି ମୁଖ୍ୟମନ୍ତ୍ରୀ ।

୨ ଦିନ ତଳେ ବିଜେପି ଜିଲ୍ଳା ସଂଗଠନର ସଭାପତିଙ୍କୁ ନେଇ ପଂଚାୟତ ନିର୍ବାଚନ ରଣନୀତି ପ୍ରସ୍ତୁତି କରିଛି । ତାକୁ କାଉଂଟର କରିବାକୁ ବିଜେଡି ଏହି ବୈଠକ କରିଥିବା ଚର୍ଚ୍ଚା ହେଉଛି । ୨୦୧୭ ଫେବ୍ରୁଆରୀରେ ପଂଚାୟତ ନିର୍ବାଚନ ହୋଇପାରେ । ତେଣୁ ହାତରେ ସମୟ କମ ଥିବାରୁ ଏବେ ଠାରୁ ବିଜେଡି ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି।