ବଦଳିଲା ବିଜୁ ଜନତା ଦଳର ଲେଟର ହେଡ ! ବିଜୁଙ୍କ ସହ ସ୍ଥାନିତ ହେଲା ନବୀନଙ୍କ ଫଟୋ

140

କନକ ବ୍ୟୁରୋ : ବଦଳିଲା ବିଜୁ ଜନତା ଦଳର ଲେଟର ହେଡ । ପୂର୍ବରୁ ବିଜେଡି ଦଳର ଲେଟର ପ୍ୟାଡର ଉପର ଭାଗରେ କେବଳ ଶଙ୍ଖ ଚିହ୍ନ ସହ ଇଂରାଜୀରେ ବିଜୁ ଜନତା ଦଳ ଲେଖାହୋଇଥିଲା । ଦଳର ନୂଆ ଲେଟର ପ୍ୟାଡରେ ଅନେକ ପରିବର୍ତ୍ତନ କରାଯାଇଛି ।
ଲେଟର ପ୍ୟାଡରେ ଓଡିଆକୁ ଗୁରୁତ୍ୱ ଦିଆଯାଇଥିବା ଦେଖିବାକୁ ମିଳିଛି । ଲେଟରପ୍ୟାଡର ଉପରିଭାଗର ବାମ ପାଶ୍ୱର୍ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଫଟୋ ସହ ନବୀନ ପଟ୍ଟନାୟକ ନମସ୍କାର କରିଥିବା ଫଟୋ ରହିଛି । ପୁରୁଣା ପ୍ୟାଡରେ ଓଡିଆ ଭାଷାରେ କିଛି ଲେଖାଯାଇନଥିବା ବେଳେ ନୂଆପ୍ୟାଡରେ ବଡ ବଡ ଅକ୍ଷରରେ ବିଜୁ ଜନତା ଦଳ ଲେଖାଯାଇଛି । ତା ତଳେ ଇଂରାଜୀରେ ଲେଖାଯାଇଛି ବିଜୁ ଜନତା ଦଳ । ଦଳର ଲୋଗୋ ଶଙ୍ଖକୁ ଉପରିଭାଗର ଦକ୍ଷିଣ ପାଶ୍ୱର୍ରେ ରଖାଯାଇଛି ।

ସେହିପରି ପୁରୁଣା ଲେଟର ପ୍ୟାଡର ପ୍ରଚ୍ଛଦ ପଟରେ କୌଣସି ଚିହ୍ନ ନଥିବା ବେଳେ ନୂଆପ୍ୟାଡରେ ପ୍ରଚ୍ଛଦ ଭାଗରେ ଦଳର ଚିହ୍ନ ଶଙ୍ଖକୁ ରଖାଯାଇଛି । ରାଜ୍ୟରେ ଚାଷର ସ୍ଥିତିକୁ ଅନୁଧ୍ୟାନ କରିବାକୁ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଆସୁଥିବା ପରିପ୍ରେକ୍ଷୀରେ ଦଳର ମୁଖପାତ୍ର ତଥା ସାଂସଦ ପ୍ରତାପ ଦେବ ଦେଇଥିବା ବୟାନ ଏହି ନୁଆ ଲେଟର ହେଡରେ ଆସିଛି ।