ମିଶନ ୧୯କୁ ଆରମ୍ଭରୁ ଝଟକା : ଅସନ୍ତୋଷର ଅଡୁଆରେ ନବୀନଙ୍କ ନବକଳେବର ନିଷ୍ପତି

29

କନକ ବ୍ୟୁରୋ : ନବୀନଙ୍କ ନୂଆ ଟିମ୍ରେ ସ୍ଥାନ ନମିଳିବାରୁ ନେତା ଅସନ୍ତୁଷ୍ଟ । ଖୋଲାଖୋଲି ବିଦ୍ରୋହ ନକଲେ ବି ଦଳରେ ଅସନ୍ତୋଷ ବଢିବାରେ ଲାଗିଛି । ନେତାଙ୍କ ପ୍ରତିକ୍ରିୟାରୁ ସ୍ପଷ୍ଟ ବାରି ହୋଇପଡୁଛି । ବରିଷ୍ଠ ନେତା ଅମର ଶତପଥୀ, ରାସେଶ୍ୱରୀ ପାଣିଗ୍ରାହୀ, ଦିବ୍ୟଶଙ୍କର ମିଶ୍ର ଏବଂ ମଙ୍ଗଳା କିଷାନଙ୍କ ଭଳି ନେତା ମାନେ କ୍ଷୋଭ ପ୍ରକାଶ କରିଛନ୍ତି । କଥା ବିକ୍ଷୋଭ ପର୍ଯ୍ୟନ୍ତ ବି ଯାଇଛି । ସମ୍ବଲପୁରରେ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ମନ୍ତ୍ରୀପଦ ନମିଳିବାରୁ ସମର୍ଥକ ମାନେ ପ୍ରତିବାଦ ବି କରିଛନ୍ତି ।