ଅଭ୍ୟାସଗତ ମିଛୁଆ ଧର୍ମେନ୍ଦ୍ର ପ୍ରଧାନ । କୋଷ୍ଟାଲ ହାଇୱେ ପ୍ରକଳ୍ପକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ବିଜେଡିର ଜବାବ

145

କନକ ବ୍ୟୁରୋ: ମୋଦି ସରକାରଙ୍କ କୋଷ୍ଟାଲ ହାଇୱେ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାରେ  ରାଜ୍ୟ ସରକାର ପ୍ରତିବନ୍ଧକ ସାଜୁଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଭିଯୋଗର ଜବାବ ରଖିଛି ବିଜେଡି । ଏକ ସାମ୍ବାଦିକ ସମ୍ମିଳନୀରେ ଧର୍ମେନ୍ଦ୍ର ଆଣିଥିବା ଅଭିଯୋଗର ଉତର ରଖିଛନ୍ତି ପ୍ରତାପ ଜେନା । ପ୍ରତାପ ଜେନା କହିଛନ୍ତି କି, କେନ୍ଦ୍ର ସରକାର କୋଷ୍ଟାଲ ହାଇୱେ କରାଯିବା ନେଇ ଘୋଷଣା କରିଥିଲେ ମାତ୍ର ଘୋଷଣା କରିବାର ଅଢେଇ ବର୍ଷ ପରେ ପ୍ରକଳ୍ପକୁ କ୍ୟାବିନେଟ୍ ଆପ୍ରୁଭାଲ ଦିଆଯାଇଥିଲା ।  ତେବେ ଆମର ମୁଖ୍ୟ ପ୍ରସଙ୍ଗ ହେଉଛି , କେନ୍ଦ୍ର ମନ୍ତ୍ରୀ ଏନେଇ ଘୋଷଣା କରିବାର ପାଖାପାଖି ଅଢେଇ ବର୍ଷ ତଥା ଏବେ ବିଳମ୍ବରେ କାହିଁକି ଆପ୍ରୁଭାଲ ଦେଲେ ।

ଦ୍ୱିତୀୟ  ପ୍ରସଙ୍ଗ ହେଲା ଆମେ ବାରମ୍ବାର ଏସଂପର୍କରେ ଉଭୟ କେନ୍ଦ୍ର ସରକାର ଏବଂ ଏନଏଚଆଇ ସହ ଆଲୋଚନା କରିଥିଲୁ , ଏପରିକି ଓଡିଶା ସରକାରଙ୍କ ତରଫରୁ  ସମସ୍ତ ମତାମତ ମଧ୍ୟ ଉଭୟ କେନ୍ଦ୍ର ସରକାର ଏବଂ ନ୍ୟାସନାଲ ହାଇୱେ ମନ୍ତ୍ରାଳୟ ନିକଟରେ ରଖାଯାଇଛି,  ଯେଉଁଥିରେ ସ୍ପଷ୍ଟ ଭବାରେ କୁହାଯାଇଛି କି, ଓଡିଶାର ସ୍ୱାର୍ଥ ଦୃଷ୍ଟିରୁ ଏବଂ ଓଡିଶାର ଗମନାଗମନ ଦୃଷ୍ଟିରୁ ଏହି  ରାସ୍ତା କୋଷ୍ଟାଲ ସମୂଦ୍ର ତଟରେ ତଥା ସମୁଦ୍ର କୂଳ ଦେଇ ଯିବା ଦରକାର, କିନ୍ତୁ ବଡ ଦୁଃଖ ବିଷୟ କି, ସେମାନେ ଏହି କାମକୁ ପୁରୁଣା ରାସ୍ତା ଦେଇ ଏହି କୋଷ୍ଟାଲ ହାଇୱେକୁ ନେଇ ଯିବାକୁ ଯୋଜନା କରୁଛନ୍ତି ।

ବଡ କଥା ହେଲା , ଏସଂପର୍କରେ ରାଜ୍ୟ ସରକାରଙ୍କର ଦୃଷ୍ଟି ଆକର୍ଷଣ ନକରି ସେମାନେ ଏକପାଖିଆ ଭାବରେ ଏହାକୁ ଆପ୍ରୁଭାଲ କରିବାକୁ ଯାଉଛନ୍ତି  । ଖାଲି ଏତିକି ନୁହେଁ , ଏହି ରାସ୍ତା କେଉଁ ବାଟେ ଦେଇ ନିଆଯାଉଛି, ସେ ସଂପର୍କରେ ବି ରାଜ୍ୟ ସରକାରଙ୍କୁ କୌଣସି ସୂଚନା ଦେଉନାହଁନ୍ତି । ତେବେ ଆମ ପାଖରେ ଯାହା ତଥ୍ୟ ରହିଛି ସେ ଅନୁଯାୟୀ , ଏରାସ୍ତା ସେମାନେ ଯେଉଁବାଟେ ନେବାକୁ ଚାହୁଁଛନ୍ତି ତାହା ଦ୍ୱାରା ଅଧିକାଂଶ ଲୋକମାନଙ୍କର ଘର ଭାଙ୍ଗିବ । ଯାହାକୁ ଆମେ ଆଦୌ ଗ୍ରହଣ କରୁନାହୁଁ । କାରଣ ଆମେ ଚାହୁଁଛୁ, ଓଡିଶାର ସ୍ୱାର୍ଥ ପୁରଣ ହେଉଁ ନା କି ଓଡିଶାବାସୀଙ୍କ ହସ ଖୁସିର ଘରକୁ ଭାଙ୍ଗିବାକୁ । ଏହି କୋଷ୍ଟାଲ ହାଇୱେ ଓଡିଶାର ପର୍ଯ୍ୟଟନ କ୍ଷେତ୍ରର ନିକଟବର୍ତ୍ତୀ ଅଂଚଳ ଦେଇ ଯିବା ଦରକାର ହେଲେ ଏସଂକ୍ରାନ୍ତରେ ସେମାନେ ଏଯାବତ୍ ରାଜ୍ୟ ସରକାରଙ୍କୁ କୌଣସି ବି ତଥ୍ୟ ଦେଉନାହାଁନ୍ତି ବୋଲି ପ୍ରତାପ ଜେନା ଯୁକ୍ତି ବାଢିଛନ୍ତି ।

ପ୍ରତାପ ଜେନା ଆହୁରୀ ମଧ୍ୟ କହିଛନ୍ତି କି, କେନ୍ଦ୍ର ସରକାର ଏଯେଉଁ କାମ କରିବାକୁ ଚାହୁଁଛନ୍ତି କେବେଳ ନିର୍ବାଚନ ଆସିବାରୁ ତାଙ୍କର ଏକଥା ମନେ ପଡିଛି ।  କାହିଁକି ନା ୨୦୧୫ରେ କେନ୍ଦ୍ର ମନ୍ତ୍ରୀ କୋଷ୍ଟାଲ ହାଇୱେ ହେବା ନେଇ ଘୋଷଣା କରିଥିଲେ କିନ୍ତୁ ଅଢେଇ ବର୍ଷ ପରେ ଯାଇ ଏହାକୁ ଆପ୍ରୁଭାଲ ମିଳିଥିଲା । ଖାଲି ଏତିକି ନୁହେଁ ରଥ ଯାତ୍ରା ସମୟରେ ବି ଏପ୍ରସଙ୍ଗକୁ ପୁଣି ଥରେ ଉଠାଇଥିଲା ବିଜେଡି ତଥାପି ବି କେନ୍ଦ୍ର ପକ୍ଷରୁ ସେଭଳି କୌଣସି ପଦକ୍ଷେପ ନିଆଯାଇନଥିଲା । ଏବେ ଯେତେବେଳେ ନିର୍ବାଚନ ପାଖେଇ ଆସିଲା ସେତେବେଳେ ଯାଇ ଓଡିଶା କଥା ତାଙ୍କର ମନେ ପଡିଲା । ସେଥିପାଇଁ ତ ତରବରିଆ ଭାବରେ ଏବଂ କିଛି ଠିକାଦାରଙ୍କ ପ୍ରରୋଚନା ଆସି ଓଡିଶାର ସ୍ୱାର୍ଥୀକୁ ଅଣଦେଖା କରି କେନ୍ଦ୍ର ସରକାର ଏହି କାମ ଏକ ପାଖିଆ ହୋଇ କରିବାକୁ ଯୋଜନା ଚଳାଇଛନ୍ତି ବୋଲି ପ୍ରତାପ ଜେନା ଆହୁରୀ ମଧ୍ୟ କହିଛନ୍ତି ।

ସେ ଆହୁରୀ କହିଛନ୍ତି କି, ରାଜ୍ୟ ବାସୀ ଜାଣିଛନ୍ତି କି, କେନ୍ଦ୍ର ତଥା ବିଜେପି ସରକାର ଅଭ୍ୟାସଗତ ମିଛ ସବୁବେଳେ କହିଆସିଛନ୍ତି । ଆଜି ମଧ୍ୟ ସାମ୍ବାଦିକ ସମ୍ମୀଳନୀ ଡକାଇ ଯେଉଁ ତଥ୍ୟ ରଖିଛନ୍ତି ତାହା ସଂପୂର୍ଣ୍ଣ ଭାବରେ ମିଥ୍ୟା । କେନ୍ଦ୍ରମନ୍ତ୍ରୀ ଜଣେ ଅଭ୍ୟାସ ଗତ ମିଛୁଆ ମନ୍ତ୍ରୀ । ଯିଏ ସବୁବେଳେ ମିଛ କଥାକୁ ଏବଳି ସାମ୍ବାଦିକ ସମ୍ମୀଳନୀ ଡାକି ଉପସ୍ଥାପନା କରନ୍ତି । ବିଜେଡି ସବୁବେଳେ ଚାହେଁ କି ରାଜ୍ୟରେ କୋଷ୍ଟାଲ ହାଇୱେ ହେଉ କିନ୍ତୁ ଓଡିଶାର ସ୍ୱାର୍ଥର ଆଖି ଆଗରେ ରଖିକି । କିନ୍ତୁ ଏଭଳି ତରବରିଆ ଭାବରେ ପୁରୁଣା ରାସ୍ତା ଉପରେ ପିଚୁ ଢାଳି, ସେଇଟାକୁ କୋଷ୍ଟାଲ ହାଇୱେ କରିବାକୁ କେନ୍ଦ୍ରମନ୍ତ୍ରୀ ଯେଉଁ ଉଦ୍ୟମ କରୁଛନ୍ତି ଆମେ ତାକୁ ନିନ୍ଦା କରୁଛୁ ବୋଲି ବିଜେଡି କହିଛି ।