ବିଜେଡି ଛାଡିଥିବା ନେତା ଦଳକୁ ଫେରିପାରନ୍ତି ! ପଂଚାୟତ ସମୀକ୍ଷା ପରେ ନବୀନଙ୍କ ସଙ୍କେତ

25

କନକ ବ୍ୟୁରୋ : ବିଜେଡି ଛାଡିଥିବା ନେତାଙ୍କ ଘରବାହୁଡା ହୋଇପାରେ । ଦଳ ଛାଡିଥିବା ନେତାଙ୍କୁ ବିଜେଡିକୁ ଫେରାଇ ଆଣିବାକୁ ଦଳର ସୁପ୍ରିମୋ ଆଜି ସବୁଜ ସଙ୍କେତ ଦେଇଛନ୍ତି । ପଂଚାୟତ ନିର୍ବାଚନ ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ବ୍ୟକ୍ତି ଆଧାରରେ ନିଷ୍ପତି ନିଆଯିବ ବୋଲି ବି କହିଛନ୍ତି ସୁପ୍ରିମୋ । ଫଳରେ କିଛି ବରିଷ୍ଠ ନେତା ଦଳକୁ ଫେରିବା ନେଇ ସ୍ପଷ୍ଟ ହୋଇଯାଇଛି । ସେ କହିଛନ୍ତି, ଦଳ ଛାଡିଥିବା ନେତାଙ୍କ ଉପରେ ଏ କ୍ଷେତ୍ରରେ ବିଚାର କରାଯିବ ।