ବିଜେଡି ନେତା ଅନୁପ ସାଏ ଗିରଫ । ହତ୍ୟା ମାମଲାରେ ଅଧରାତିରେ ବଜ୍ରରାଜନଗରରୁ ଉଠାଇ ନେଲା ଛତିଶଗଡ ପୋଲିସ ।

506

କନକ ବ୍ୟୁରୋ : ବିଜେଡି ନେତା ଅନୁପ ସାଏଙ୍କୁ ବାନ୍ଧିଲା ଛତିଶଗଡ ପୋଲିସ । ହତ୍ୟା ମାମଲାରେ ପୂର୍ବତନ ବିଧାୟକ ଅନୁପଙ୍କୁ ବିଳମ୍ବିତ ରାତ୍ରିରେ ବ୍ରଜରାଜନଗର ସାଇ ମନ୍ଦିରରୁ ଉଠାଇ ନେଇଛି ଛତିଶଗଡ ପୋଲିସ । ୨୦୧୬ ମା’ ଓ ଝିଅ ହତ୍ୟା ମାମଲାରେ ଅନୁପଙ୍କୁ ଛତିଶଗଡ ପୋଲିସ ବାନ୍ଧିଥିବା ଜଣାପଡିଛି । ଅନୁପଙ୍କ ଗିରଫ କରିବା ନେଇ ବ୍ରଜରାଜନଗର ଗାନ୍ଧୀଛକ ଥାନା ପୋଲିସ ସୂଚନା ଦେଇଛି ।

ଅନୁପଙ୍କୁ ଗିରଫ ପରେ ଛତିଶଗଡ ଚକ୍ରଧରପୁର ଥାନାରେ ପଚରାଉଚରା କରୁଛି ପୋଲିସ । ଅନୁପଙ୍କ ଗିରଫ ନେଇ ଛତିଶଗଡ ପୋଲିସ ଝାରସୁଗୁଡା ଏସପିଙ୍କୁ ମଧ୍ୟ ସୂଚନା ଦେଇଥିଲେ । ଏହାପୂର୍ବରୁ କଂଗ୍ରେସ ଟିକେଟରୁ ୨୦୦୦ ମସିହାରୁ ହ୍ୟାଟ୍ରିକ ବିଜୟ ହାସଲ କରିଥିଲେ ଅନୁପ । ୨୦୧୪ରେ ବିଜେଡିରେ ମିଶିବା ସହ ନିର୍ବାଚନ ଲଢିଥିଲେ ମଧ୍ୟ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କ ଠାରୁ ଅଳ୍ପ ଭୋଟରେ ମାତ୍ ଖାଇଥିଲେ । ତେବେ ୨୦୧୯ରେ ଅନୁପଙ୍କୁ ଆଉ ବିଜେଡି ଟିକେଟରେ ଲଢିବାକୁ ସୁଯୋଗ ମିଳିନଥିଲା ।