ଆସୁଛି ବିଜେପୁର ଜନାଦେଶ! ବିଜେପିକୁ ପଛରେ ପକାଇ ଆଗରେ ଚାଲିଛି ବିଜେଡି, ଅ।।ରମ୍ଭ ହେଲା ସେଲିବ୍ରେସନ

32

କନକ ବ୍ୟୁରୋ : ଆଉ କିଛି ସମୟ ମଧ୍ୟରେ ଆସିବ ବିଜେପୁର ଜନାଦେଶ । ବିଜେପୁର ଉପନିର୍ବାଚନ ପାଇଁ ଭୋଟ ଗଣତି ସରିବାକୁ ଆଉ ମାତ୍ର ୬ ରାଉଣ୍ଡ ବାକି ରହିଛି । ୧୫ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ରୀତା ସାହୁ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ଅଶୋକ ପାଣିଗ୍ରାହୀଙ୍କ ଠାରୁ ୩୬୨୯୮ଭୋଟରେ ଆଗରେ ରହିଛନ୍ତି । ୧୫ତମ ରାଉଣ୍ଡରେ ରୀତା ୫୪୭୮ଟି ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ୨୦୨୯ଟି ଭୋଟ ହାତେଇଛନ୍ତି । କଂଗ୍ରେସର ନିରାଶଜନକ ପ୍ରଦର୍ଶନ ଜାରି ରହିଛି । କଂଗ୍ରେସ ପ୍ରାର୍ଥୀ ପ୍ରଣୟ ୧୫ତମ ରାଉଣ୍ଡରେ ମୋଟ ୮୫୩ଟି ଭୋଟ ପାଇଛନ୍ତି । ନୋଟା ବିକଳ୍ପରେ ୭୦ଟି ଭୋଟ ପଡିଥିବା ସୂଚନା ମିଳିଛି ।

ମୋଟାମୋଟି ଭାବେ ଦେଖିବାକୁ ଗଲେ ୧୫ତମ ରାଉଣ୍ଡ ସୁଦ୍ଧା ବିଜେଡି ୮୧୪୮୮ଟି ଭୋଟ ପାଇ ପ୍ରଥମ ସ୍ଥାନରେ ଥିବା ବେଳେ ବିଜେପିକୁ ମିଳିଛି ୪୫୧୯୦ଟି ଭୋଟ । ସେହିଭଳି କଂଗ୍ରେସ ମୋଟ ୪୬୦୮ଭୋଟ ପାଇବାକୁ ସକ୍ଷମ ହୋଇଛି । ଏହାଛଡା ନୋଟାରେ ୧୨୪୪ଟି ଭୋଟ ପଡିଛି । ୧୫ ରାଉଣ୍ଡ ଭୋଟ ଗଣତି ଶେଷ ହେବା ପରେ ବିଜେଡି ଶିବିରରେ ଆରମ୍ଭ ହୋଇଛି ସେଲିବ୍ରେସନ ।