ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ର ପ୍ରକଳ୍ପ ନିର୍ମାଣ ପ୍ରସଙ୍ଗ : ସମ୍ବଲପୁରରେ ବିଜେଡ଼ି ମହିଳା ମୋର୍ଚ୍ଚାର କଳସ ଯାତ୍ରା

46

ସମ୍ବଲପୁର ବ୍ୟୁରୋ , କନକ ନ୍ୟୁଜ୍ : ମହାନଦୀ ଉପର ମୁଣ୍ଡରେ ଛତିଶଗଡର ପ୍ରକଳ୍ପ ନିର୍ମାଣକୁ ବିରୋଧ କରି ସମ୍ବଲପୁରରେ ମହିଳା ବିଜେଡିର କଳସ ଯାତ୍ରା । ଶତାଧିକ ମହିଳା କଳସରେ ପାଣି ନେଇ ଶୋଭାଯାତ୍ରାରେ ବାହାରିଛନ୍ତି । ସେହିପରି ଆସନ୍ତାକାଲି ବଲାଙ୍ଗିରଓ ୨୫ ତାରିଖରେ ସୁବର୍ଣ୍ଣପୁରରେ ଏହି ଯାତ୍ରା କରିବ ମହିଳା ବିଜେଡି । ଗତକାଲି ଝାରସୁଗୁଡାରେ କଳସ ଶୋଭାଯାତ୍ରା ଜରିଆରେ ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ର ବନ୍ଧ ଓ ବ୍ୟାରେଜ ନିର୍ମାଣକୁ ବିରୋଧ କରାଯାଇଥିଲା । ଓଡିଶା ସରକାରଙ୍କ ବିନା ଅନୁମତିରେ ଛତିଶଗଡ ସରକାର ବହୁ ପ୍ରକଳ୍ପ କରୁଛି ବୋଲି ଦଳ ପକ୍ଷରୁ ଅଭିଯୋଗ କରାଯାଉଛି । ଏହି ପ୍ରକଳ୍ପ ସବୁ କାର୍ଯ୍ୟକ୍ଷମ ହେଲେ ହୀରାକୁଦ ଜଳଭଣ୍ଡାରର ଜଳ ପ୍ରବାହ କମିବ ଏବଂ ଓଡିଶା ବହୁ ପରିମାଣରେ କ୍ଷତିଗ୍ରସ୍ତ ହେବ ।