ନବୀନ ନିବାସରେ ମିଶ୍ରଣ ପର୍ବ !

33

କନକ ବ୍ୟୁରୋ : ନବୀନ ନିବାସରେ ମିଶ୍ରଣ ପର୍ବ । ବିଜେଡିରେ ଯୋଗ ଦେଲେ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକର ଜନପ୍ରତିନିଧି । ୧୩୦ରୁ ଉଦ୍ଧ୍ୱ କର୍ମୀ ବିଜେପି ଓ କଂଗ୍ରେସ ଛାଡି ଆଜି ବିଜେଡିରେ ଯୋଗ ଦେଇଛନ୍ତି । ଲାଞ୍ଜିଗଡର ପାରମ୍ପରିକ ନୃତ୍ୟ ଗୀତ ସହ ସେମାନେ ନବୀନ ନିବାସରେ ପହଂଚିଥିଲେ । ସେଠାରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ଦଳର ସଦସ୍ୟତା ଗ୍ରହଣ କରିଛନ୍ତି ଏହି ଜନପ୍ରତିନିଧିମାନେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଏହି କର୍ମୀମାନେ ବିଜେଡିରେ ଯୋଗ ଦେଇଛନ୍ତି ବୋଲି କହିଛନ୍ତି ଲାଞ୍ଜିଗଡ ବିଧାୟକ ବଳଭଦ୍ର ମାଝି ।