ଉତ୍ତର ଭୁବନେଶ୍ୱର ମଣ୍ଡପ ବସ୍ତିରେ ମୁଖ୍ୟମନ୍ତ୍ରୀଙ୍କ ପଦଯାତ୍ରା । ପଢନ୍ତୁ ପଦଯାତ୍ରାରେ ସାମିଲ ହୋଇ କଣ କହିଲେ ମୁଖ୍ୟମନ୍ତ୍ରୀ

ସାମିଲ ହେଲେ ଶହ ଶହ କର୍ମୀ ଓ ନେତା

143

କନକ ବ୍ୟୁରୋ: ବିଜେଡିର ଜନସଂପର୍କ ପଦଯାତ୍ରା । ଉତର ଭୁବନେଶ୍ୱରର ମଣ୍ଡପ ବସ୍ତିରେ ବିଜେଡିର ଜନସମ୍ପର୍କ ପଦ ଯାତ୍ରାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହୋଇଛନ୍ତି । ଶହ ଶହ କର୍ମୀ ଓ ନେତାଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଣ୍ଡପ ବସ୍ତିରେ ପଦଯାତ୍ରା କରିଛନ୍ତି । ପଦଯାତ୍ରାରେ ସାମିଲ ହୋଇ ଉଦବୋଧନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି, କଥାରେ ନୁହେଁ କାମରେ ବିଶ୍ୱାସ କରେ ବିଜେଡି ସରକାର । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏକ ଏøତିହାସିକ ପଦକ୍ଷେପ । ଲୋକଙ୍କ ହିତ ପାଇଁ କରାଯାଇଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ।

ଓଡିଶା ବାହାରେ ଥିବା ଓଡିଆଙ୍କୁ ମଧ୍ୟ ଏହି ସୁବିଧା ମିଳିବ ବୋଲି ନବୀନ କହିଛନ୍ତି । ବିପିଏଲ ଓ ଏପିଏଲ ସମେସ୍ତ ଏହି ସୁବିଧା ପାଇବେ । ଆୟୁଷ୍ମାନ ଯୋଜନାଠୁ ବିଜୁ ସ୍ୱାସ୍ଥ୍ୟ ଯୋଜନା ବହୁତ ଭଲ । ରୋଗ କଣ ବିପିଏଲ କାର୍ଡ ଦେଖିକି ଆସେ । ଦୁର୍ଘଟଣା କଣ ବିପିଏଲ କାର୍ଡ ଦେଖିକି ଆସେ ବୋଲି ନବୀନ ପ୍ରଶ୍ନ କରିଛନ୍ତି ।  ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଶହ ଶହ କର୍ମୀ ଓ ନେତା ମଣ୍ଡପ ବସ୍ତିରେ ପଦଯାତ୍ରା କରିଛନ୍ତି । ଅକ୍ଟୋବର ୨ରୁ ଏହି ପଦଯାତ୍ରା ଆରମ୍ଭ ହୋଇଥିଲା ।

ଉଲ୍ଲେଖ ଥାଉ କି, ବିଜେଡିର ଜନସଂପର୍କ ପଦଯାତ୍ରାରେ ପ୍ରତ୍ୟେକ ୱାର୍ଡର ପ୍ରତ୍ୟେକ ପରିବାରକୁ ଯେପରି ସାମିଲ କରାଯାଇପାରିବ, ସେଥି ପ୍ରତି ନିଶ୍ଚିତ ଭାବେ ଧ୍ୟାନ ଦେବାକୁ ଦଳର ସମସ୍ତ କର୍ମକର୍ତ୍ତାଙ୍କୁ ଅନୁରାଧ କରିଛନ୍ତି। ପଦଯାତ୍ରା ସମୟରେ ବିଜେଡି ସରକାରର ଲୋକାଭିମୁଖ୍ୟ କାର‌୍ୟ୍ୟକ୍ରମ ବିଶେଷ କରି ‘ଆମ ଗାଁ ଆମ ବିକାଶ’, ‘ଆମ ସହର ଆମ ଉନ୍ନତି’,‘ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା’, ରାଜ୍ୟ ସରକାରଙ୍କ ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନା ସମ୍ପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ସହିତ ଦଳ ତରଫରୁ ଗଢ଼ାଯାଇଥିବା ୱାର୍ଡ କମିଟି ସଦସ୍ୟ ଓ ଜନସାଧାରଣଙ୍କୁ ସଂପୃକ୍ତ କରି ଏହାକୁ ସଫଳତାର ସହ କାର‌୍ୟ୍ୟକାରୀ କରାଯିବ ।

ଏହା ସହ ଓଡ଼ିଶା ପ୍ରତି ଲଗାତର କେନ୍ଦ୍ରୀୟ ଅବହେଳା, ବିଶେଷ କରି ମହାନଦୀ ଓ ପୋଲାଭରମ୍ ପ୍ରସଙ୍ଗରେ ଓଡ଼ିଶାର ସ୍ବାର୍ଥକୁ ଅଣଦେଖା, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନ କରିବା, ତୈଳ ଓ ରନ୍ଧନ ଗ୍ୟାସ୍ର ଅହେତୁକ ଦର ବୃଦ୍ଧି, ରାଜ୍ୟର ବିଭିନ୍ନ ଜନହିତକର ଯୋଜନାରେ ଅର୍ଥକାଟ ସମ୍ପର୍କରେ ମଧ୍ୟ ଜନସାଧାରଣଙ୍କୁ ଅବଗତ କରାଯିବ ।