ଜଗନ୍ନାଥ ଧାମରୁ ବିଜେଡି ବଜାଇବ ନିର୍ବାଚନୀ ବିଗୁଲ । ପୁରୀରେ ଆୟୋଜିତ ହେଉଛି ବିଶାଳ ପ୍ରତିଷ୍ଠା ଦିବସ । ମୁଖ୍ୟ ଆକର୍ଷଣ ହେବ ମୁଖ୍ୟମନ୍ତ୍ରୀ ନବୀନଙ୍କ ରୋଡ ସୋ

28

କନକ ବ୍ୟୁରୋ : ଜଗନ୍ନାଥ ଧାମରୁ ବିଜେଡି ବଜାଇବ ନିର୍ବାଚନୀ ବିଗୁଲ । ଆସନ୍ତା ୨୬ ତାରିଖରେ ପୁରୀଠାରେ ବିଜୁ ଜନତା ଦଳ ପାଳନ କରିବ ୨୦ତମ ପ୍ରତିଷ୍ଠା ଦିବସ । ଏହାକୁ ନେଇ ଚଳଚଂଚଳ ହୋଇପଡିଛି ବିଜେଡି ଶିବିର । ଆଗାମୀ ନିର୍ବାଚନକୁ ଆଖିରେ ରଖି ଦଳ ଏହି ପ୍ରତିଷ୍ଠା ଦିବସକୁ ଅଧିକ ଗୁରୁତ୍ୱ ଦେଉଛି । ଏଥିରେ ତୃଣମୂଳସ୍ତରରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ପ୍ରାୟ ୩୦ ହଜାର କର୍ମୀ ଏକାଠି ହେବାର ଯୋଜନା ରହିଛି ।

ସେପଟେ ଗତ ୧୭ ବର୍ଷ ଶାସନରେ ବିଜେଡି ବିକାଶ ପାଇଁ କରିଥିବା କାମର ହିସାବ ମଧ୍ୟ ରଖିବ ଦଳ । ଏହା ସହ ଏହି ସଫଳତା ପାଇବା ପାଇଁ ବିଜେଡି ଆଗରେ କି ପ୍ରକାର ଅସୁବିଧା ରହିଥିଲା ତାହାର ମଧ୍ୟ ତାଲିକା ଦେବେ ନେତା । କେବଳ ସେତିକି ନୁହେଁ ଆଗାମୀ ଦିନରେ ରାଜ୍ୟର ବିକାଶ ପାଇଁ ବିଜେଡି ରଖିଥିବା ଯୋଜନା ବି ଉପସ୍ଥାପିତ ହେବ ଏହି ପ୍ରତିଷ୍ଠା ଦିବସ ଅବସରରେ । ଏହାସହ ସବୁଠାରୁ ବଡ କଥା ହେଉଛି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବିଶାଳ ରୋଡ କରିବାର ଯୋଜନା ହୋଇଛି ।