କନକ ବ୍ୟୁରୋ: ପାରଳାଖେମୁଣ୍ଡି ବିଧାନସଭା ଆସନ ପାଇଁ ବିଜୁ ଜନତା ଦଳରୁ ଟିକେଟ୍ ନମିଳିବାରୁ ପୂର୍ବତନ ବିଧାୟକ କେ ନାରାୟଣ ରାଓ ଇସ୍ତଫା ଦେଇଛନ୍ତି । ବିଭିନ୍ନ ଅଞ୍ଚଳରୁ ପ୍ରାୟ ଅଢେଇ ହଜାର କର୍ମୀ ଓ ପଞ୍ଚାୟତ ଲୋକ ପ୍ରତିନିଧିଙ୍କ ସହ ଆଲୋଚନା କରି ଇସ୍ତଫା ଦେଇଛନ୍ତି କେ. ନାରାୟଣ ରାଓ । ତେବେ ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଥିବା ସୂଚନା।
Kanak News is now on WhatsApp
Join and get latest news updates delivered to you via WhatsApp
ଗତକାଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଗାମୀ ସାଧାରଣ ନିର୍ବାଚନ ପାଇଁ ୨ଟି ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ଏଥିରେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଅଧିନରେ ଥିବା ପାରଳାଖେମୁଣ୍ଡି ବିଧାନସଭା ଆସନ ପାଇଁ ବିଜେଡି କଲ୍ୟାଣୀ ଗଜପତିଙ୍କୁ ଟିକେଟ୍ ଦେବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି କେ. ନାରାୟଣ ରାଓ । ତେଣୁ ଦଳରୁ ଇସ୍ତଫା ଦେଇଥିବା ମଧ୍ୟ କହିଛନ୍ତି କେ. ନାରାୟଣ ରାଓ । ୨୦୦୯ରେ ବିଜେଡିରୁ ଟିକେଟ୍ ପାଇଁ ଏହି ନିର୍ବାଚନ ମଣ୍ଡଳୀରେ ଲଢି ବିଜୟ ହୋଇଥିଲେ କେ. ନାରାୟଣ । ସେହିଭଳି ଗତ ୨୦୧୪ ନିର୍ବାଚନରେ ମଧ୍ୟ ଅଳ୍ପ ଭୋଟ ବ୍ୟବଧାନରେ କଂଗ୍ରେସର ପ୍ରାର୍ଥୀ କେ. ସୁର୍ଯ୍ୟା ରାଓଙ୍କ ଠାରୁ ପରାଜିତ ହୋଇଥିଲେ । ଏଥର ଟିକେଟ୍ ପାଇବାକୁ ଆଶାୟୀ ଥିଲେ ମଧ୍ୟ ଟିକେଟ୍ ମିଳିଲାନି ବୋଲି ଦଳ ଛାଡ଼ିଥିବା ସୂଚନା ।
ରାଜ୍ୟରେ ଏପ୍ରିଲ୍ ୧୧ ଏବଂ ଏପ୍ରିଲ୍ ୧୮ ତାରିଖରେ ହେବାକୁଥିବା ୨ଟି ପର୍ଯ୍ୟାୟରେ ନିର୍ବାଚନ ପାଇଁ ବିଜେଡି ୯ ଲୋକସଭା ଏବଂ ୫୪ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା ପରେ ବିଭିନ୍ନ କ୍ଷେତ୍ରରୁ ଟିକେଟ୍ ପାଇବାରୁ ବଞ୍ଚିତ ହୋଇଥିବା ପ୍ରାର୍ଥୀମାନେ ଅସନ୍ତୋଷ ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି । ଏପରିକି ଦଳରୁ ଇସ୍ତଫା ଦେଇ ଏବେ ବିଜେଡି ପାଇଁ ସମସ୍ୟା ସୃଷ୍ଟି କରୁଥିବା ଚର୍ଚ୍ଚା ହେଉଛି ।