ବିଜେଡି ନେତ୍ରୀ ସଂଯୁକ୍ତା ମହଲାଙ୍କ ଆତ୍ମହତ୍ୟା ଉଦ୍ୟମ ! ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

32

କନକ ବ୍ୟୁରୋ: ବିଜେଡି ମହିଳା ନେତ୍ରୀ ସଂଯୁକ୍ତା ମହଲା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମହଲା ବିଜୁ ଶ୍ରମିକ ସାମ୍ମୁଖ୍ୟର ସମ୍ପାଦିକା ଥିଲେ । କିଛି ଦିନ ତଳେ ଏହି ପଦରୁ ତାଙ୍କୁ ଅବ୍ୟାହତି ଦିଆଯାଇଥିଲା । ଏହାପରେ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି । ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ।