ବିଜେଡି ପାଣ୍ଠି ବିବାଦ : ମୁଖ୍ୟମନ୍ତ୍ରୀଙ୍କୁ ବିଜେପିର ଟାର୍ଗେଟ, କହିଲା ସତ୍ୟପାଠରେ ରହୁନି ତାଳମେଳ

25

କନକ ବ୍ୟୁରୋ : ବିଜେଡି ନିର୍ବାଚନ ପାଣ୍ଠି ମାମଲାରେ ଆଜି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛି ବିଜେପି । ଏହି ପ୍ରସଙ୍ଗରେ ନବୀନଙ୍କ ନୀରବତା ଉପରେ ପ୍ରଶ୍ନ ଉଠାଇଛି ଦଳ । ବିଜେପି କହିଛି,  ହିଞ୍ଜିଳି ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ଭାବେ ଅର୍ଥ ଖର୍ଚ ନେଇ ସତ୍ୟପାଠ ଓ  ନିର୍ବାଚନ କମିଶନଙ୍କ ପାଖରେ ଦଳର ସତ୍ୟପାଠ ମଧ୍ୟରେ ଆକାଶପାତାଳ ଫରକ ରହିଛ  ।

ଏ ବାବଦରେ ନବୀନ କାହିଁକି ଚୁପ୍ ଅଛନ୍ତି । ସେହିଭଳି ଷ୍ଟେଟ ବ୍ୟାଙ୍କ ମୁଖ୍ୟ ବ୍ରାଂଚ ଆକାଉଂଟ ନମ୍ବରରୁ ବିଜେଡି ଖାତାକୁ କେତେ ଟଙ୍କା ଆସିଛି ସେ ବାବାଦରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିବାକୁ ଦାବି କରିଛି ବିଜେପି । ଏହି ପ୍ରସଙ୍ଗରେ କଂଗ୍ରେସର ଭୂମିକା ଉପରେ ବି ପ୍ରଶ୍ନ ଉଠାଇଛନ୍ତି ବିଜେପିର ଉପସଭାପତି ସମୀର ମହାନ୍ତି ।  ସାଂସଦ ପ୍ରତାପ ଦେବଙ୍କ ଓଡିଶା ସ୍ୱାର୍ଥ ଉପରେ ପ୍ରତିବଦ୍ଧତା ନେଇ ବି ପ୍ରଶ୍ନ କରିଛି ବିଜେପି ।