ଧର୍ମେନ୍ଦ୍ରଙ୍କ ବିରୋଧରେ ସିଇଓଙ୍କୁ ବିଜେଡିର ଫେରାଦ । ତୃତୀୟ ପର୍ଯ୍ୟାୟ ମତଦାନବେଳେ ଧର୍ମେନ୍ଦ୍ର ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ ।
କନକ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ପୁଣି ସିଇଓଙ୍କୁ ଫେରାଦ ହେଲା ବିଜେଡି । ବାରମ୍ବାର ନିର୍ବାଚନୀ ଆଚରଣ ବିଧି ଉଲ୍ଲଂଘନ କରୁଥିବା ଅଭିଯୋଗରେ ସିଇଓଙ୍କୁ ଫେରାଦ ହୋଇଛି ବିଜେଡି ପ୍ରତିନିଧି ଦଳ । ବିଜେଡି ଅଭିଯୋଗ ମୁତାବକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୋଲିଂ ବୁଥରେ ଭୋଟରଙ୍କୁ ପ୍ରବର୍ତ୍ତାଇଛନ୍ତି, ତେଣୁ ଧର୍ମେନ୍ଦ୍ରଙ୍କୁ ପ୍ରଚାର କାର୍ଯ୍ୟରେ ୭ ଦିନ ପର୍ଯ୍ୟନ୍ତ ବ୍ୟାନ୍ କରିବାକୁ ସିଇଓଙ୍କ ନିକଟରେ ଆବେଦନ କରିଛି ବିଜେଡି ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ତୃତୀୟ ପର୍ଯ୍ୟାୟ ମତଦାନ ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୋଟ୍ ଦେବାପରେ ଗଣମାଧ୍ୟକୁ ପ୍ରତିକ୍ରିୟା ରଖି ବିଜେପି ପ୍ରଚାର କରିଥିଛନ୍ତି । ଆଉ ତାହା ମଧ୍ୟ ଏକ ନିର୍ଦ୍ଦିଷ୍ଟ ଚ୍ୟାନେଲରେ ପ୍ରସାରିତ ହୋଇଛି । ତେଣୁ ଯେତେବେଳେ ନିର୍ବାଚନୀ ସମୟରେ ଓଡ଼ିଶାରେ ଆଚରଣ ବିଧି ଲାଗିଥିଛି ତାହାକୁ ବାରମ୍ବାର ଖୋଲା ଖୋଲି ଉଲ୍ଲଘଂନ କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତେଣୁ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସିଇଓଙ୍କୁ ନିକଟରେ ଫେରାଦ ହୋଇ ବିଜେଡି ଅଭିଯୋଗ କରିଛି ।
ଏପରିକି ପୂର୍ବରୁ ମଧ୍ୟ ଧର୍ମେନ୍ଦ୍ରଙ୍କ ନାଁରେ ଆଚରଣ ବିଧି ଉଲ୍ଲଘଂନ ଯଥା , ଫ୍ଲାଇଂ ସ୍କ୍ୱାର୍ଡ଼ ଅଧିକାରୀଙ୍କ କାର୍ଯ୍ୟରେ ବାଧା ଦେବା ଘଟଣା ଭଳି ଅନେକ ଅଭିଯୋଗ ହୋଇଥିଲେ ମଧ୍ୟ ତାହାର ତଦନ୍ତ ହେଉନାହିଁ କି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ତେବେ ଖୋଲାଖୋଲି ନିର୍ବାଚନୀ ଆଚରଣ ବିଧି ଉଲ୍ଲଂଘନ କରୁଥିବା କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ଯଦି କାର୍ଯ୍ୟାନୁଷ୍ଠାନ ନହୁଏ ତାହା ନିର୍ବରଚନ କମିଶନଙ୍କ ସ୍ୱଚ୍ଛ ଓ ଶୃଙ୍ଖଳିତ ନିର୍ବଚନୀ ନୀତି ଉପରେ ପ୍ରଶ୍ନ ଛିଡ଼ା କରିବ ବୋଲି ଦଳ ସିଇଓଙ୍କୁ ଜଣାଇଛି ।