ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା । ୨ଟି ଲୋକସଭା ଓ ୭ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା, ଖଣ୍ଡପଡାରୁ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଭୁବନେଶ୍ୱର ମଧ୍ୟରୁ ପୂର୍ବତନ ମେୟରଙ୍କୁ ମୈଦାନକୁ ଓହ୍ଲାଇଲା ଦଳ

1,106

କନକ ବ୍ୟୁରୋ : ବିଜେଡିର ପ୍ରାର୍ଥୀ ଘୋଷଣା। ୨ଟି ଲୋକସଭା ଓ ୭ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟର ଏହି ଆସନ ଗୁଡିକ ପାଇଁ ଦ୍ୱନ୍ଦ୍ୱ ଲାଗି ରହିଥିବା ବେଳେ ଆଜି ପ୍ରାର୍ଥୀ ତାଲିକାରେ ମୋହର ମାରିଛନ୍ତି ବିଜେଡି ସୁପ୍ରିମୋ । ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନାଙ୍କୁ ଭୁବନେଶ୍ୱର ମଧ୍ୟ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଖଣ୍ଡପଡାରୁ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ମୈଦାନକୁ ଓହ୍ଲାଇଛି ଦଳ । ସେହିଭଳି ଯାଜପୁରରୁ ପ୍ରଣବ ପ୍ରକାଶ ଦାଶଙ୍କୁ ପ୍ରାର୍ଥୀ କରିଛି ଦଳ ।

ଅନ୍ୟପଟେ ବଳକା ଥିବା ୨ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି । ଢେଙ୍କାନାଳରୁ ମହେଶ ସାହୁ ଓ କେଉଁଝରରୁ ଚନ୍ଦ୍ରାଣି ମୁର୍ମୁଙ୍କୁ ପ୍ରାର୍ଥୀ କରିଛି ଦଳ । ଅନ୍ୟପଟେ ଭୁବନେଶ୍ୱର ଉତ୍ତରରୁ ସୁଶାନ୍ତ କୁମାର ରାଉତ, ପାଲଲହଡାରୁ ମୁକେଶ ପାଲ, ଆଠମଲ୍ଲିକରୁ ରମେଶଚନ୍ଦ୍ର ସାଇ, କୋରେଇ ବିଧାନସଭା କ୍ଷେତ୍ରରୁ ଅଶୋକ ବଳଙ୍କୁ ବିଜେଡି ସୁପ୍ରିମୋ ଟିକେଟ୍ ଦେଇଛନ୍ତି । ତେବେ ବାକି ଥିବା ୩ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିନାହିଁ ଦଳ ।