ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା । ଜାଣନ୍ତୁ ଆପଣଙ୍କ ଅଞ୍ଚଳରୁ ଲଢିବ କିଏ, ଦେଖନ୍ତୁ ପୂରା ପ୍ରାର୍ଥୀ ତାଲିକା

2,194

କନକ ବ୍ୟୁରୋ : ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା । ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକାରେ ଅଧିକାଂଶ ପୁରୁଣା ମୁହଁ ଥିବା ବେଳେ କିଛି ସ୍ଥାନରେ ପ୍ରାର୍ଥୀ ପରିବର୍ତ୍ତନ କରିଛି ବିଜେଡି । ପାଟକୁରାରୁ ବରିଷ୍ଠ ନେତା ବେଦପ୍ରକାଶ ଅଗ୍ରୱାଲଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ ମହାକାଳପଡାରୁ ଅତନୁ ସବ୍ୟସାଚୀ ନାୟକଙ୍କୁ ଦଳ ପୁଣିଥରେ ପ୍ରାର୍ଥୀ କରିଛି । ସେହିଭଳି ଆଳିରୁ ପ୍ରତାପ ଦେବ, ମାହାଙ୍ଗାରୁ ପ୍ରତାପ ଜେନା, ନୟାଗଡରୁ ଅରୁଣ ସାହୁ ଓ ତାଳଚେରରୁ ବ୍ରଜ କିଶୋର ପ୍ରଧାନଙ୍କୁ ଦଳ ପ୍ରାର୍ଥୀ କରିଛି ଦଳ ।


ଚୌଦାର କଟକ ଆସନରୁ ସୌଭିକ ବିଶ୍ୱାଳ, ସୁକିନ୍ଦାରୁ ପ୍ରୀତିରଞ୍ଜନ ଘଡାଇ, ଭଣ୍ଡାରୀପୋଖରୀରୁ ପ୍ରଫୁଲ ସାମଲଙ୍କୁ ଦଳ ପ୍ରାର୍ଥୀ କରିଛି । ଅନ୍ୟପଟେ ବିଞ୍ଝାରପୁରରୁ ପ୍ରମିଳା ମଲ୍ଲିକ, ବଡମ୍ବାରୁ ଦେବୀ ପ୍ରସାଦ ମିଶ୍ର, ସିମୁଳିଆରୁ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ବ୍ରହ୍ମଗିରିରୁ ସଞ୍ଜୟ ଦାସବର୍ମା, ବାଙ୍କିରୁ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ ଦଳ ପ୍ରାର୍ଥୀ କରିଛି । ସାଲେପୁରରୁ ପ୍ରଶାନ୍ତ ବେହେରା, ଢେଙ୍କାନାଳରୁ ସୁଧୀର ସାମଲ, ଘଷିପୁରାରୁ ବ୍ରଦି ନାରାୟଣ ପାତ୍ରଙ୍କୁ ଦଳ ମୈଦାନକୁ ଓହ୍ଲାଇଛି ।