କାଉଂଟର ଆଟାକ ପାଇଁ ବିଜେଡି ତୟାର : ବିଜେପି ଓ କଂଗ୍ରେସକୁ ମୁହଁତୋଡ ଜବାବ ଦେବା ପାଇଁ ବିଜେଡିର ନୂଆ ରଣନୀତି

17

କନକ ବ୍ୟୁରୋ : କାଉଂଟର ଆଟାକ ପାଇଁ ବିଜେଡି ତୟାର ।  ବିଜେପି ଓ କଂଗ୍ରେସକୁ ମୁହଁତୋଡ ଜବାବ ଦେବା ପାଇଁ ବିଜେଡିର ନୂଆ ରଣନୀତି । ମହାନଦୀ , ଚିଟଫଣ୍ଡ ଓ ରାସନକାର୍ଡ ଭଳି ଇସ୍ୟୁରେ ବିଜେଡିକୁ ଘାଇଲା କରୁଥିବା ବିରୋଧୀଙ୍କ ପ୍ରଶ୍ନର ଜବାବ ଦେବା ପାଇଁ ବିଜେଡି ମୁଖପାତ୍ର ସଂଖ୍ୟା ବଢାଇଛନ୍ତି ଦଳର ସୁର୍ପ୍ରିମୋ ନବୀନ ପଟ୍ଟନାୟକ ।

ଦଳର ସଭାପତି ବିଧିବଦ୍ଧ ଭାବେ ଦୁଇ ମୁଖପତ୍ରଙ୍କ ନାମ ଘୋଷଣା କରିଛନ୍ତି । ଜଣେ ହେଲେ ଦଳର ଅଭିଜ୍ଞ ବରିଷ୍ଠ ନେତା ସୂର୍ଯ୍ୟ ନାରାୟଣ ପାତ୍ର, ଅନ୍ୟ ଜଣେ ହେଲେ ପ୍ରଶାନ୍ତ ନନ୍ଦ । ବିଜେଡିର ମୁଖପାତ୍ର ସଂଖ୍ୟା ୧୨କୁ ବୃଦ୍ଧି ପାଇଛି ।