ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ବିଜେଡି କାଉନସିଲରଙ୍କୁ ହତ୍ୟା !

22

କନକ ବ୍ୟୁରୋ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଛତ୍ରପୁର ଏନଏସିର ୬ ନଂ ବିଜେଡି କାଉନସିଲରଙ୍କୁ ହତ୍ୟା କରାଯାଇଛି । ବିଜେଡି କାଉନସିଲର ଲକ୍ଷ୍ମୀଦତ ପ୍ରଧାନ ଓରଫ ବଚନଙ୍କୁ ଘରେ ପଶି ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିଲା । ଲକ୍ଷ୍ମୀଦତ୍ତ କିଛି ବୁଝିବା ପୂର୍ବରୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ କିଛି ଯୁବକ । ଆହତ ଅବସ୍ଥାରେ ତାଙ୍କୁ ଏମକେସିଜିରେ ଭର୍ତି କରାଯାଇଥିଲା । କିନ୍ତୁ ହସ୍ପିଟାଲରେ ଲକ୍ଷ୍ମୀଙ୍କର ମୃତ୍ୟୁ ହୋଇଯାଇଥିଲା । ଲକ୍ଷ୍ମୀଦତ ବିଜୁ ଛାତ୍ର ସଂଗଠନର ପୂର୍ବତନ  ରାଜ୍ୟ ସଭାପତି ଥିଲେ ।