ବିଜେଡି ନେତାଙ୍କୁ ହତ୍ୟା ଘଟଣାର ତିନି ଦିନ ପରେ ବି ପୋଲିସ ହାତ ଖାଲି !

22

କନକ ବ୍ୟୁରୋ : ବିଜେଡି ନେତାଙ୍କୁ ହତ୍ୟା ଘଟଣାର ତିନି ଦିନ ପରେ ବି ପୋଲିସ ହାତ ଖାଲି । ଅପରାଧୀଙ୍କ ଟେର ପାଉନି ପୋଲିସ । ସିସିଟିଭି ଫୁଟେଜ ଆଧାରରେ ଛତ୍ରପୁର ହତ୍ୟା ଘଟଣାରେ ହତ୍ୟାକାରୀଙ୍କୁ ଚିହ୍ନଟ କରିଥିଲେ ବି ସେମାନଙ୍କୁ ଠାବ କରି ପାରିନାହିଁ ପୋଲିସ । ତିନିଟି ଟିମ୍ ଗଠନ କରି ତଦନ୍ତ କରୁଥିବା ବେଳେ ବର୍ତମାନ ସୁଦ୍ଧା ୧୫ରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ପୋଲିସ ଅଟକ ରଖିଛି ।

ସେମାନଙ୍କୁ ପଚରା ଉଚୁରା କରୁଥିବା ବେଳେ ଅପରାଧୀମାନେ ଗଂଜାମ ବାହାରକୁ ଚାଲିଯାଇଥିବା ପୋଲିସ ସନ୍ଦେହ କରୁଛି । ଗତ ଶନିବାର ଦିନ ନିଜ ଘର ଆଗରେ ଛତ୍ରପୁରର ୬ ନମ୍ବର ୱାର୍ଡର କାଉନସିଲର ଲକ୍ଷ୍ମୀଦତ ପ୍ରଧାନଙ୍କୁ ଅତି ନିର୍ମମ ଭାବେ ହାଣିଥିଲେ କିଛି ଦୃବୃର୍ତ । ଏହା ପଛରେ ରାଜନୈତିକ ବିବାଦ ଦାୟୀ ବୋଲି ଚର୍ଚ୍ଚା ହେଉଛି । ଏସପି ଆଶିଷ ସିଂ ହତ୍ୟାକାଣ୍ଡକୁ ନିଜେ ତଦାରଖ କରୁଛନ୍ତି । ସେପଟେ ଅଭିଯୁକ୍ତ କେବେ ଧରାପଡିବେ? କେବେ ଫିଟିବ ହତ୍ୟାକାଣ୍ଡର ଗୁମର?