ଉଗ୍ରରୁପ ନେଉଛି କଲେଜ ନିର୍ବାଚନୀ ହିଂସା ! ସିସିଟିଭି କ୍ୟାମେରାରେ କଏଦ ହେଲା ମର୍ଡରର ଲାଇଭ ଚିତ୍ର, ପୁଲିସ ଛାନଭିନ୍ ଜାରି

27

କନକ ବ୍ୟୁରୋ: ସାରା ରାଜ୍ୟରେ ଚାଲିଥିବା ଛାତ୍ର ନିର୍ବାଚନ ହିଂସା ଉଗ୍ରରୂପ ଧାରଣ କରିଛି । ଗଞ୍ଜାମ ଛତ୍ରପୁରରେ ବିଜେଡି ନେତାଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରିଛନ୍ତି ଦୃର୍ବୃତ୍ତ । ହତ୍ୟାକାଣ୍ଡର ତନାଘନା ଆରମ୍ଭ ହୋଇଛି । ଘଟଣାର ସିସିଟିଭି ଫୁଟେଜ ଦେଖିଲେ ଭୟରେ ଆପଣଙ୍କ ଛାତି ଥରି ଉଠିବ । ବିଜେଡି ନେତାଙ୍କୁ ତାଙ୍କ ନିଜ ଘର ଆଗରେ ସଂଘବଦ୍ଧ ଆକ୍ରମଣ କରୁଛନ୍ତି ଦୁବୃତ୍ତ । ଖଣ୍ଡା ତରୱାଲ ଧରି କିଛି ଦୁବୃର୍ତ୍ତ ଛତ୍ରପୁରର ୬ ନମ୍ବର ୱାର୍ଡର କାଉନସିଲର ଲକ୍ଷ୍ମୀଦତ ପ୍ରଧାନଙ୍କୁ ଅତି ନିର୍ମମ ଭାବେ ହାଣି ଚାଲିଛନ୍ତି । ପୂରା ହତ୍ୟାକାଣ୍ଡର ଟିକିନିକି ଭିଜୁଆଲ କଏଦ ହୋଇଛି ସିସିଟିଭିରେ ।

ଏହି ଦୃଶ୍ୟକୁ ଦେଖିଲେ ଆପଣ ଜାଣିପାରିବେ କେତେ ଅମାନୁଷିକ ଓ କେତେ ଭୟଙ୍କର ଥିଲା ଏହି ମରଣାନ୍ତକ ଆକ୍ରମଣ । ଦିନ ପ୍ରାୟ ୧୨ଟା । ବିଜେଡି କାଉନସିଲର ଲକ୍ଷ୍ମୀଦତ ପ୍ରଧାନ କିଛି ଛାତ୍ର ନେତାଙ୍କ ସହ କଲେଜ ନିର୍ବାଚନ ସଂପର୍କରେ ଆଲୋଚନା କରୁଥିଲେ । ଏତିକି ବେଳେ ପାଖାପାଖି ୩୦ ଜଣ ଦୁବୃର୍ତ୍ତ ବିଭିନ୍ନପ୍ରକାର ମାରଣାସ୍ତ୍ର ଧରି ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ ଲକ୍ଷ୍ମୀଦତଙ୍କୁ । ଚୋଟ ପରେ ଟୋଟ ପକାଇଚାଲିଲେ ଦୁର୍ବୃତ୍ତ । ମୃତ୍ୟୁ ହେବା ପର୍ଯ୍ୟନ୍ତ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ଆକ୍ରମଣ ପରେ ଘଟଣା ସ୍ଥଳ ଛାଡି ପଳାଇ ଯାଇଥିଲେ ଅପରାଧୀ ।

ମୁମୂର୍ଷୁ ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ଏମକେସିଜି ହସପିଟାଲକୁ ନିଆଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହା କଲେଜ ଇଲେକସନର ସଂଘାତିକ ପ୍ରଭାବ ବୋଲି ଚର୍ଚ୍ଚା ହେଉଛି । ବିଜେଡି ନେତାଙ୍କ ଘରେ ପଶି ତାଙ୍କୁ ସଂଘବଦ୍ଧ ଆକ୍ରମଣ କରି ହତ୍ୟା କରିବା ପରେ ସାରା ସହରରେ ଏହାକୁ ନେଇ ଚାଂଚଲ୍ୟ ଖେଳିଯାଇଛି ।

ସୂଚନା ମୁତାବକ, ଛତ୍ରପୁରର ଜନଗହଳିପୂର୍ଣ୍ଣ ଅଚଂଳରେ ଏଭଳି ଘଟଣା ଗଞ୍ଜାମ ଜିଲ୍ଲାର ଆଇନଶୃଙ୍ଖଳା ପରିସ୍ଥିତି ଉପରେ ପୁଣିଥରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବଚନଙ୍କ ଘରୁ ସିସିଟିଭି ଫୁଟେଜ ଜବତ କରି ପୋଲିସ ତନାଘନା ଆରମ୍ଭ କରିଛି । ପୋଲିସ ଦୁଇଟି ସ୍ୱତନ୍ତ୍ର ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ ଜାରି କରିଛି । ୨୦୧୪ରେ ସିପିଆଇ ନେତା ସାକୁରା ବେହେରା ହତ୍ୟାକାଣ୍ଡରେ ବଚନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ।

ତେଣୁ ସନ୍ଦେହ କରାଯାଉଛି ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏଭଳି ମର୍ଡର ହୋଇଥାଇପାରେ । କିନ୍ତୁ ବଡ ପ୍ରଶ୍ନ ହେଉଛି ଜିଲ୍ଲାରେ ବାରମ୍ବାର କାହିଁକି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି । ଛାତ୍ର ସଂସଦ ନିର୍ବାଚନରେ ରାଜନୈତିକ ହସ୍ତକ୍ଷେପ ଏହାର ପରିମାଣ କି । ପୂର୍ବ ଶତ୍ରୁତାରୁ ଏଭଳି ହତ୍ୟାକାଣ୍ଡ ହୋଇଛି କି । ଅପରାଧୀଙ୍କୁ ଧରିବାରେ ପୋଲିସ ସଫଳ ହେବ କି । କାରଣ ପୂର୍ବ ହତ୍ୟାକାଣ୍ଡ ଗୁଡିକର ପର୍ଦ୍ଦାଫାସ ଏ ଯାଏଁ ହୋଇନାହିଁ ।